ଓଡିଶା

ଚିକିଲି ଗ୍ରାମର ବିଦ୍ୟାଳୟରୁ ୩ ଦିନ ପରେ ଖୋଲିଲା ତାଲା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୩ ଦିନ ପରେ ଗୁରୁବାର ଅପରାହ୍ନ ରେ ଗ୍ରାମବାସୀ ତାଲା ଖୋଲିଛନ୍ତି | ସୂଚନାଯୋଗ୍ୟ:- ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ମାନଙ୍କ ବଦଳି ଏବଂ ମଧ୍ୟାନ୍ନ ଭୋଜନରେ ଅନିୟମିତତା ର ବିରୋଧ କରି ଜାନୁଆରୀ ୨୯ ତାରିଖ ସୋମବାର ଦିନ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ । ଉକ୍ତ ବିଦ୍ୟାଳୟରେ ଥିବା ଶିକ୍ଷୟତ୍ରୀ ଶିକ୍ଷକ ଠିକ୍ ସମୟରେ ବିଦ୍ୟାଳୟ ଆସୁ ନାହାନ୍ତି, ଛୁଟି ସମୟ ପୂର୍ବରୁ ବିଦ୍ୟାଳୟ ତାଲା ପକାଇ ଚାଲିଯାଉଛନ୍ତି ।

ବିଦ୍ୟାଳୟ ରେ ଠିକ୍ ଭାବରେ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଉ ନ ଥିବା, ବିଦ୍ୟାଳୟକୁ ଆସୁଥିବା ବହି ଗୁଡ଼ିକୁ ବିକ୍ରି କରୁଥିବା, ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ଖାଇବାକୁ ନଦେବା ଓ ବିଦ୍ୟାଳୟ ମରାମତି ପାଇଁ ଆସୁଥିବା ଅର୍ଥ କାର୍ଯ୍ୟରେ ଲଗାଉ ନ ଥିବା, ଗଣତନ୍ତ୍ର ଦିବସ ଦିନ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା,ତେଣୁ ବର୍ତ୍ତମାନ ବିଦ୍ୟାଳୟରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବଦଳି କରି ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବୀ କରି ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ |

ଗୁରୁବାର ଦିନ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା ଓ ହେମନ୍ତ କୁମାର ପଣ୍ଡା ବିଦ୍ୟାଳୟରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଆସନ୍ତା ସୋମବାର ସୁଦ୍ଧା ୨ ଜଣ ଶିକ୍ଷକଙ୍କୁ ବଦଳି କରାଯାଇ ନୂତନ ଶିକ୍ଷକ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଅପରାହ୍ନରେ ଗ୍ରାମବାସୀ ମାନେ ବିଦ୍ୟାଳୟରୁ ତାଲା ଖୋଲିଥିଲେ | ପରେ ଗୋଟିଏ ଓଳି ପାଠପଢା ସ୍ଵାଭାବିକ ହେବା ସହ ପିଲାଙ୍କୁ ମଧ୍ୟାନ୍ନ ଭୋଜନ ଦିଆଯାଇଥିଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button