ଜୀବନଶୈଳୀ

ସୁପ୍ରିମ କୋର୍ଟ ନେଲେ ବଡ ନିଷ୍ପତ୍ତି: ଗର୍ଲଫ୍ରେଣ୍ଡ ସହ ହୋଟେଲ୍ ରେ ରହିବା ଅପରାଧ ନୁହେଁ, ପୋଲିସ କରିପାରିବନି ହଇରାଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ସୁପ୍ରିମ କୋର୍ଟ ଦେଇଥିବା ଏକ ବଡ ନିର୍ଦେଶ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ତ ଜାଣିଥିବେ ଆଗରୁ ଯଦି ଅବିବାହିତ କପଲ କୌଣସି ହୋଟେଲ ରେ ରହିବାକୁ ଯାଉଥିଲେ ତେବେ ସେମାନଙ୍କୁ ବହୁତ ହଇରାଣ ହେବାକ ପଡୁଥିଲା । କିଛି ପିଲା ତ ନ ବାହା ହୋଇ ବି ବିବାହିତ ଙ୍କ ଭଳି ସଜ ହୋଇ ଯାଇଥାନ୍ତି , ଯେମିତି କେହି ତାଙ୍କୁ ପ୍ରଶ୍ନ ନ କରୁ । ତେବେ ଅବିବାହିତ ପୁଅ ଝିଅ ଯଦି ଏକା ସହ ରହିବାକୁ ଚାହୁଁଛନ୍ତି ତେବେ ଏହା କୌଣସି ଅପରାଧ ନୁହେଁ । ଏବଂ ଏଠି ପାଇଁ ଆପଣଙ୍କୁ ପୋଲିସ ବି ହଇରାଣ କରି ପରିବେନି ।

ତେବେ ଏହି କଥା ସୁପ୍ରିମ କୋର୍ଟ ଦେଇଥିବା ନିର୍ଦେଶ ଅଟେ । ତେବେ ବରିଷ୍ଠ ଆଇନଜୀବୀ ବିନୟ କୁମାର ଗର୍ଗଙ୍କ କହିବାନୁଯାୟୀ, ଯଦି କୌଣସି ଅବିବାହିତ ଯୁବକ ଯୁବତୀ ଏକ ସହ ରହିବାକୁ ଚାହାନ୍ତି ବା ନିଜ ଇଚ୍ଛାରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା କୌଣସି ଅପରାଧରେ ଜୀବ ନାହିଁ, ବରଂ ଏହା ତାଙ୍କର ଅଧିକାର ଅଟେ । କିନ୍ତୁ ସେମାନେ ପ୍ରାପ୍ତ ବୟସ୍କ ହୋଇଥିବା ଆବଶ୍ୟକ । ସଂବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଭୁକ୍ତ ମିଳୁଥିବା ମୌଳିକ ଅଧିକାର ମଧ୍ୟରେ ଏହି ଅଧିକାର ମଧ୍ୟ ଅଛି । ଯେଉଁଥିପାଇଁ ବିବାହ କରିଥିବା ବାଧ୍ୟତାମୂଲକ ନୁହେଁ ।

ଅର୍ଥାତ୍ ସରଳ ଭାଷାରେ ବୁଝିବାକୁ ଗଲେ , ଯଦି କୌଣସି କପଲ ବିବାହ ନକରି କୌଣସି ହୋଟେଲରେ ସାଥିହୋଇ ରୁହନ୍ତି ତେବେ ଏହା ତାଙ୍କର ମୌଳିକ ଅଧିକାର ଅଟେ । ମାତ୍ର ଯଦି ଏହି ସମୟରେ କୌଣସି ପୁଲିସ୍ ଅଧିକାରୀ ସେମାନଙ୍କୁ ହଇରାଣ କରନ୍ତି ତେବେ ଏହା ତାଙ୍କ ମୌଳିକ ଅଧିକାରକୁ କ୍ଷର୍ଣ୍ଣ କରାଯାଇଥିବା ବୋଲି ଗ୍ରହଣ କରାଯିବ ।

ଆଉ ପୁଲିସର ଏଭଳି କାର୍ଯ୍ୟକଳାପ ବିରୋଧରେ ଆପଣ ସମ୍ବିଧାନର ଅନୁଚ୍ଛେଦ ୩୨ ଆଧାରରେ ସିଧା ସୁପ୍ରିମକୋର୍ଟ କିମ୍ବା ଅନୁଚ୍ଛେଦ ୨୨୬ ଆଧାରରେ ସିଧା ହାଇକୋର୍ଟର ଦ୍ବାରସ୍ଥ ହୋଇପାରିବେ । ଖାଲି ଏତିକି ନୁହେଁ ଆପଣ ଉକ୍ତ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଜେଲର ପୁଲିସ ଅଧିକ୍ଷକ କିମ୍ବା ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ନିକଟରେ ବି ଅଭିଯୋଗ କରିପାରିବେ । ଏଥିସହିତ ହିଁ ପୀଡିତ କପଲଙ୍କ ନିକଟରେ ମାନବାଧିକାର ଆୟୋଗରେ ଅଭିଯୋଗ କରିବାର ମଧ୍ୟ ବିକଳ୍ପ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button