ଦେଶ ବିଦେଶ

Gold Price: ସୁନା କିଣିବା ପୂର୍ବରୁ ଜାଣନ୍ତୁ କେତେ ଅଛି ମୂଲ୍ୟ

Gold Silver Price Today: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୦୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୭୪,୨୪୦ ଟଙ୍କା ରହିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୮, ୦୪୦ ଟଙ୍କା ଓ ୭୪,୨୩୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୮,୨୦୦ ଟଙ୍କା ଓ ୭୪,୩୮୦ ଟଙ୍କା ଥିବା ରେକର୍ଡ ହୋଇଛି। ରାଜଧାନୀ ଦିଲ୍ଲୀରେ ବି ସୁନା ବଦଳିଛି। ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୬୮,୨୦୦ ଟଙ୍କା ଓ ୭୪,୩୮୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୬୮,୮୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୫,୧୦୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କଲିକତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୮,୦୪୦ ଟଙ୍କା ଓ ୭୪,୨୩୦ ଟଙ୍କା ରହିଛି। ସେହିପରି ରୂପା ମୂଲ୍ୟ ୧ କିଲୋଗ୍ରାମ ପିଛା ୮୬,୪୦୦ ଟଙ୍କା ରହିଛି।

ଯଦି ଆପଣ ସୁନା କିମ୍ବା ଏହାର ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ 8955664433 କୁ ଏକ ମିସ୍ କଲ ଦେଇପାରିବେ । ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣଙ୍କ ମୋବାଇଲରେ ମୂଲ୍ୟ ଆସିବ । ଏହା ସହିତ, କ୍ରମାଗତ ଅପଡେଟଗୁଡ଼ିକ ବିଷୟରେ ସୂଚନା ପାଇଁ ଆପଣ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button