ଦେଶ ବିଦେଶ

ଉଦୟନିଧିଙ୍କ ପରେ ଏବେ ‘ସନାତନ ଧର୍ମ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଡିଏମ୍‌କେ ଏମ୍‌ପି ଏ ରାଜା – Utkal Mail


ନୂଆଦିଲ୍ଳୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ‘ସନାତନ ଧର୍ମ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ଏବେ ସେହିପରି ଏକ ମନ୍ତବ୍ୟ ଦେଇଛନ୍ତି ଡିଏମ୍‌କେ ଏମ୍‌ପି ଏ ରାଜା। ପୂର୍ବରୁ ଉଦୟନିଧି ‘ସନାତନ ଧର୍ମ’କୁ  ‘ଡେଙ୍ଗୁ’ ‌‘ମେଲେରିଆ’ ସହ ତୁଳନା କରିଥଇଲେ ଓ ଏବେ  ଏ ରାଜା ‘ଏଚ୍‌ଆଇଭି’ ସହ ତୁଳନା କରିଛନ୍ତି।

ଡିଏମ୍‌କେର ଲୋକସଭା ସାଂସଦ ଏକ ଭିଡିଓରେ କହୁଥିବାର ଶୁଣିବାକୁ ମିଳିଛି ଯେ ‘ଉଦୟନିଧି ‘ସନାତନ ଧର୍ମ’କୁ ‘ଡେଙ୍ଗୁ’ ‌‘ମେଲେରିଆ’ ସହ ତୁଳନା କରିଥିଲେ। ମାତ୍ର ମୁଁ କହିବାକୁ ଚାହେଁ ଯେ ‘ସନାତନ ଧର୍ମ’କୁ ଏଚ୍‌ଆଇଭି ସହିତ ତୁଳନା କରାଯିବା ଉଚିତ। ଅନ୍ୟ ଏକ ଭିଡିଓରେ ରାଜାଙ୍କୁ କହୁଥିବାର ଦେଖିବାକୁ ମିଳିଛି ଯେ ଯଦି ତାଙ୍କୁ ଅନୁମତି ମିଳେ ତ ସେ ‘ସନାତନ ଧର୍ମ’ ଉପରେ ଏକ ଭାଷଣ ଦେବାକୁ ପ୍ରସ୍ତୁତ ହେବେ।

ସେ କହିଛନ୍ତି, ‘‘ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକ ଡାକି ମୋତେ କହିବାକୁ ଅନୁମତି ଦିଅନ୍ତି ତ ମୁଁ ସମସ୍ତ କେନ୍ଦ୍ର ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ। ମୁଁ ପୂରାପୂରି ଭାବେ ବର୍ଣ୍ଣନା କରିଦେବି ‘ସନାତନ ଧର୍ମ’ କ’ଣ। ତାପରେ ଆପଣମାନେ ନିଷ୍ପତ୍ତି ନେବେ।’’

 

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ସନାତନ ଧର୍ମକୁ ବିରୋଧ କରି ଅନୁଷ୍ଠିତ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍ କହିଥିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ବରଂ ତାହାକୁ ମୂଳପୋଛ କରାଯିବା ଉଚିତ। ଡେଙ୍ଗୁ, ମଶା, ମ୍ୟାଲେରିଆ କିମ୍ବା କରୋନାକୁ ଆମେ ବିରୋଧ କରିପାରିବୁ ନାହିଁ। ଆମକୁ ଏହାକୁ ମୂଳପୋଛ କରିବାକୁ ପଡ଼ିବ। ସେହିପରି ଆମକୁ ସନାତନ ଧର୍ମର ବିଲୋପ ସାଧନ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ତାଙ୍କର ଏଭଳି ଘୃଣାତ୍ମକ ବୟାନକୁ ବିରୋଧ କରି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button