କ୍ରାଇମ

ପୁଣି ବନ୍ଧାହେଲା ସଲ୍‌ମାନ ଖାଁ – Utkal Mail


ଭୁବନେଶ୍ବର: ପଡ଼ୋଶୀ ନାବାଳିକାଙ୍କ ଭିଡିଓ ଭାଇରାଲ୍‌ ମାମଲାରେ ଜେଲ୍‌ରୁ ଜାମିନରେ ମୁକୁଳିଥିବା ଅଭିଯୁକ୍ତ ସଲ୍‌ମାନ ଖାଁ ପୁଣି ବନ୍ଧାହୋଇଛି। ମାମଲା ପ୍ରତ୍ୟାହାର କରିବାକୁ ନାବାଳିକାଙ୍କୁ ଧମକାଇବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ପୁଣି ତାକୁ କୋର୍ଟ ଚାଲାଣ କରିଛି। ଜଙ୍କିଆ ଥାନା ଭୁଷଣ୍ଡପୁର ଅଞ୍ଚଳର ସଲମାନ ଖାଁ(୪୭) ଖାରବେଳନଗର ଅଞ୍ଚଳରେ ରହୁଛି। ପଡ଼ୋଶୀ ନାବାଳିକାଙ୍କୁ ଏକତରଫା ଭଲ ପାଉଥିବା ସଲମାନ୍‌ ବିଭିନ୍ନ ସମୟରେ ତାଙ୍କୁ ପିଛା କରି ହଇରାଣ ହରକତ କରୁଥିଲା। ନାବାଳିକାଙ୍କ ଗାଧୋଇବା ବେଳର ଭିଡିଓ ସୁଟ୍‌ କରି ଭାଇରାଲ୍‌ କରିବ ବୋଲି ସେ ନାବାଳିକାଙ୍କୁ ଧମକ ଦେଇଥିଲା। ଥାନାରେ ଅଭିଯୋଗ ହେବା ପରେ ମାର୍ଚ୍ଚ ୨୪ରେ ଖାରବେଳନଗର ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଥିଲା। ଗତ କିଛି ଦିନ ତଳେ ସେ ଜାମିନ୍‌ରେ ଆସିଥିଲା। ଏବେ ସେ ନାବାଳିକାଙ୍କ ଘରକୁ ଯାଇ ଆପୋଷ ବୁଝାମଣା ପାଇଁ କହିବା ସହ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିଲା। ନଚେତ୍‌ ନାବାଳିକାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button