ଶନି ଦେବଙ୍କ ଚତ୍ମକାରୀ ମନ୍ତ୍ର । ଥରେ ପଢିଦେଲେ ଜୀବନରେ କେବେ ଆସିବନି ଦୁଃଖ
ଶନିବାର ଦିନକୁ ଶନିଦେବଙ୍କର ପ୍ରିୟ ବାର ବୋଲି ମନାଯାଇଥାଏ ଏବଂ ଶନିଦେବ ଜଣେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି । କିନ୍ତୁ ଲୋକମାନେ ଶନିଦେବଙ୍କର ବକ୍ର ଦୃଷ୍ଟିକୁ ବହୁତ ଡରିଥାନ୍ତି । କାରଣ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ଶନିଦେବଙ୍କର ବକ୍ରଦୃଷ୍ଟି ରହିଥାଏ , ସେମାନେ ଜୀବନରେ କେବେହେଲେ ସୁଖଶାନ୍ତିରେ ଜୀବନ ଅତିବାହିତ କରି ପାରିନଥାନ୍ତି । ଧର୍ମ ଗ୍ରନ୍ଥ ଅନୁସାରେ ଶନିବାରକୁ ମୁଖ୍ୟ ରୂପରେ ଭଗବାନ ଶନିଦେବଙ୍କୁ ପୂଜା କରିବା ଉଚିତ । ଏହି ଦିନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ବିଶେଷ କିଛି ମନ୍ତ୍ର ଜପ କରିବାକୁ ପଡିଥାଏ । ଯେଉଁଥିରେ ଶନିଦେବ ବହୁତ ପ୍ରସନ୍ନ ରହିଥାନ୍ତି ।
ଯେଉଁ ରାଶି ଉପରେ ଶନିଙ୍କର ସାଢେ ସାତ ଓ ଢୟ୍ୟା ପ୍ରଭାବ ଅଛି , ସେହି ବ୍ୟକ୍ତିମାନେ ସବୁ ଶନିବାର ଏହି ମନ୍ତ୍ର ଜପ କରନ୍ତୁ । ଯାହା ଫଳରେ ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବ ଏବଂ ଧନ ସମ୍ପଦରେ ପରିପୂର୍ଣ୍ଣ ହେବ । ଏହି ମନ୍ତ୍ରର ଜପ କରିବାର ବିଧି ଏହି ପ୍ରକାର ହୋଇଥାଏ , 1) ଲଘୁମନ୍ତ୍ର ,( ଓଁ ଏଂ ହ୍ରିଂ ଶ୍ରୀ ଗନେଶ୍ଚରାୟ ନମଃ) , 2) ବୀଜମନ୍ତ୍ର , ( ଓଁ ଶଂ ଶନୈଶ୍ଚରାୟ ନମଃ ) , ମନ୍ତ୍ର : ଓଁ ପ୍ରାଂ ପ୍ରୀଂ ସଃ ସନେୟ ନମଃ ) ।
ମନ୍ତ୍ର ଜପ କରିବାର ବିଧି ;
1 ଶନିବାର ଦିନ ସକାଳୁ ବଢି ଭୋରରୁ ଉଠି କରି ସ୍ନାନ ସାରି କୁଶର ଆସନରେ ବସିଯାଆନ୍ତୁ , ଆପଣଙ୍କ ସାମ୍ନାରେ ଶନିଦେବଙ୍କ ମୂର୍ତ୍ତି କିମ୍ୱା ଫୋଟକୁ ସ୍ଥାପନ କରନ୍ତୁ । ଶନିଦେବଙ୍କ ନିକଟରେ ନୀଳ ଫୁଲ କିମ୍ୱା ଅପରାଜିତା ଫୁଲ ଦେଲେ ବହୁତ ଭଲ ହୋଇଥାଏ ।
2 ଏହାପରେ ରାଶିର ତେଲ ଓ ଖେଚୁଡି ଭୋଗ ଲଗାନ୍ତୁ , ଏହାପରେ ରୁଦ୍ରାକ୍ଷ୍ୟ ମାଳାରେ ଏହି ମନ୍ତ୍ର ମାନଙ୍କ ମଧ୍ୟରୁ ଯେଉଂ ଗୋଟେ ମନ୍ତ୍ରର ଜପ କମ୍ ସେ କମ୍ ପାଞ୍ଚଟି ମାଳା ଜପ କରନ୍ତୁ । ଏହାପରେ ଶନିଦେବଙ୍କ ଶୁଭ ଫଳ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରନ୍ତୁ ।
ଦେଖିବେ ଏମିତି କିଛି ଦିନ କଲା ପରେ ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବ ଏବଂ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । କେବଳ ନିଷ୍ଠାର ସହିତ ଶନିଦେବଙ୍କର ପୂଜା ଆରଧନା କରିବା ଆବଶ୍ୟକ । ଶନିଦେବ କୌଣସି ବ୍ୟକ୍ତି ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ସେହିପରି ଅତି ଶୀଘ୍ର ରାଗି ମଧ୍ୟ ଯାଆନ୍ତି । କିନ୍ତୁ ଆପଣଙ୍କୁ ଶନିଦେବଙ୍କୁ ପ୍ରସନ୍ନ କରିବା ଜାଣିବା ଆବଶ୍ୟକ , ଏହା କରି ପାରିଲେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ , କଷ୍ଟ ହରଣ ହେବ ।
ତେଣୁ ଆପଣ ଏହି ମନ୍ତ୍ର ଜପ ସାହାର୍ଯ୍ୟରେ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟକୁ ଦୂର କରିପାରିବେ । ଘରେ କୌଣସି ପ୍ରକାର ଅସୁବିଧା ମଧ୍ୟ ରହିବ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।