ଅବସାଦଗ୍ରସ୍ତ ହୋଇ ମୁଁ ନିଜକୁ ରୁମରେ ବନ୍ଦ କରିଦେଉଥିଲି: ରଣଦୀପ ହୁଡ୍ଡା – Utkal Mail
ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅଭିନେତା ନିଜ ମାନସିକ ଅବସ୍ଥା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ କିଛି ବର୍ଷ ପୂର୍ବରୁ ସେ ଅବସାଦଗ୍ରସ୍ତର ଶିକାର ହୋଇଥିଲେ। ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ପାଇଁ ସେ ଅବସାଦଗ୍ରସ୍ତ ହୋଇଥିବା କହିଛନ୍ତି।
ରଣଦୀପ କହିଛନ୍ତି ଯେ ୨୦୧୬ ମସିହାରେ ରାଜକୁମାର ସନ୍ତୋଷିଙ୍କ ଫିଲ୍ମ ‘ବ୍ୟାଟେଲ ଅଫ୍ ସାରାଗଢ଼ି’ ଘୋଷଣା କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ମୁଁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲି। ଏହାର କିଛି ବର୍ଷ ପରେ ୨୦୧୮ମସିହାରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେସରୀ’ ଘୋଷଣା କରାଯାଇଥିଲା ଏବଂ ସେହି ବର୍ଷ ଫିଲ୍ମ ମୁକ୍ତିଲାଭ କରିଥିଲା। ଉଭୟ ଫିଲ୍ମର କାହାଣୀ ସମାନ ପ୍ରସଙ୍ଗ ଉପରେ ଆଧାରିତ ଥିଲା। ତେବେ ‘କେସରୀ’ ରିଲିଜ୍ ପରେ ଫ୍ଲପ ହେବାରୁ ‘ବ୍ୟାଟେଲ ଅଫ୍ ସାରାଗଢ଼ି’କୁ ରିଲିଜ୍ କରାଯାଇନଥିଲା। ଏହି ଫିଲ୍ମ ପାଇଁ ମୁଁ ୩ବର୍ଷ ଦେଇଥିଲି। ଅନେକ ବଡ଼ ବଡ଼ ଫିଲ୍ମକୁ ହାତଛଡ଼ା ମଧ୍ୟ କରିଥିଲି। ହେଲେ ଏହା ରିଲିଜ୍ ନହେବା ପରେ ମୁଁ ଅବସାଦଗ୍ରସ୍ତ ହୋଇଯାଇଥିଲି। ଏଭଳି ଲାଗୁଥିଲା, ଯେମିତି କିଏ ଜଣେ ମୋତେ ବହୁତ ବଡ଼ ଧୋକା ଦେଇଛି।
ସେ ଆହୁରି କହିଛନ୍ତି ଯେ, ଫିଲ୍ମର ରିଲିଜ୍ ଉପରେ ରୋକ ଲାଗିବା ପରେ ମୁଁ ନିଜକୁ ରୁମରେ ବନ୍ଦ କରି ରଖୁଥିଲି। କିଏ ମୋ ନିଶ ବା ଦାଢ଼ି କାଟିଦେବ ବୋଲି ଭାବି ମୁଁ ଡରରେ ଏଭଳି କରୁଥିଲି। ମୋ ଅବସ୍ଥା ଦେଖି ମାତାପିତା ମୋତେ ଏକା ଛାଡ଼ୁନଥିଲେ। ଏହା ପରେ ମୁଁ ନିଜେ ନିଜକୁ ବୁଝାଇ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଲି।