ଓଡିଶା

ରାଜ୍ୟରେ ହାତୀଙ୍କ ସଂଖ୍ୟା ନେଇ କାଲି ଆସିବ ବିସ୍ତୃତ ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା। ଆସନ୍ତାକାଲି ଏନେଇ ପ୍ରକାଶ ପାଇବ ବିସ୍ତୃତ ରିପୋର୍ଟ। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏଭଳି ସୂଚନା ଦେଇଛନ୍ତି।
ସେ କହିଛନ୍ତି,ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି। ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନ ହୁଏ, ଫିଲ୍ଡ ଡାଟାର ତାଳମେଳ କରାଯାଉଛି, ଜିପିଏସ୍ କୋର୍ଡିନେଟ କରାଯାଉଛି । ଖରାଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି। ସେସବୁ ତଥ୍ୟ ଏକାଠି କରାଯାଉଛି। ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ। ଏହାପରେ କୁହାଯାଇପାରିବ, ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି। ଯେପର୍ଯ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ। ଆଜି ରିପୋର୍ଟ ଚୂଡ଼ାନ୍ତ ହେଉଛି, କାଲି ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ ରାଜ୍ୟରେ କେତେ ହାତୀ ଅଛନ୍ତି।
ସୂଚନା ଥାଉକି, ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button