ଦେଶ ବିଦେଶ
ଖୁବଶୀଘ୍ର ଆସୁଛି ‘ଏୟାରସ୍କୁଟର୍’, ୨ ଘଣ୍ଟାର ରାସ୍ତା ଲାଗିବ ମାତ୍ର ୧୦ ମିନିଟ୍ ସମୟ

ନୂଆଦିଲ୍ଲୀ ୦୪।୧୦: ଏଣିକି ଗମନାଗମନ ହେବ ଖୁବ୍ ସହଜ । ଆସୁଛି ଏୟାର ସ୍କୁଟର । ଏହାକୁ ବ୍ୟକ୍ତିଗତ ଭାବେ ଜଣେ ଉଡାଇପାରିବେ । କାର୍ର ବିକଳ୍ପ ରୂପେ ଏହାକୁ ଡିଜାଇନ୍ କରାଯାଇଛି । ଜାପାଟା କମ୍ପାନୀ ଏହି ‘ଏୟାର୍ସ୍କୁଟର’କୁ ଲୋକଲୋଚନକୁ ଆଣିଛି ।
ଏଥିରେ ହାଇବ୍ରିଡ୍ ରୋଟର ବ୍ଲେଡ୍ ଲାଗିଛି । ଏହା ଘଣ୍ଟା ପ୍ରତି ୧୦୦ କିମି ବେଗରେ ଉଡ଼ିପାରେ ।
ଏହାର ଅଣ୍ଡାକୃତି କକ୍ପିଟ୍ ଭିତରେ ବସି ଯେକୌଣସି ବ୍ୟକ୍ତି ସ୍କୁଟର ଉଡ଼ାଇ ପାରିବେ । କାର୍ରେ ଯେଉଁ ଯାତ୍ରା ଲାଗି ୨ ଘଣ୍ଟା ସମୟ ଲାଗେ, ଏୟାର୍ସ୍କୁଟରରେ ମାତ୍ର ୧୦ ମିନିଟ୍ ସମୟ ଲାଗିବ । ଏହାର ଓଜନ ମାତ୍ର ୧୧୫ କିଲୋ ।
ତେବେ ଏହା ଏବେ ନିର୍ମାଣାଧୀନ ଅବସ୍ଥାରେ ଅଛି । ଅନ୍ୟ ଉଡ଼ନ୍ତା ଯାନ ଭଳି ଏୟାର୍ସ୍କୁଟର ପରିବେଶ ଅନୁକୂଳ ନୁହେଁ, କାରଣ ପ୍ରପଲ୍ସନ ପାଇଁ ଏହା ଆଂଶିକ ଇନ୍ଧନ ଆବଶ୍ୟକ କରେ । ଏହାର ଫଟୋ ଜାପାଟାଙ୍କ କମ୍ପାନି ଜାପାଟା ପକ୍ଷରୁ ଶେୟାର କରାଯାଇଛି । ତେବେ ଏହା ଏବେ ନିର୍ମାଣାଧୀନ ଅବସ୍ଥାରେ ଅଛି ବୋଲି କମ୍ପାନି ସ୍ପଷ୍ଟ କରିଛି ।