ସ୍ୱାସ୍ଥ୍ୟ

ପ୍ରତିଦିନ ଖାଆନ୍ତୁ ଗୋଟିଏ ଚାମଚ ଘିଅ, ମିଳିବ ଏସବୁ ଗମ୍ଭୀର ରୋଗରୁ ମୁକ୍ତି

ଦେଶୀ ଘିଅ ଖାଇବାକୁ ବହୁତ ଲୋକେ ପସନ୍ଦ କରନ୍ତି। ଘିଅ ଆମର ସାଧାରଣତଃ ଜୀବନରେ ଅନେକ କାମରେ ଆସିଥାଏ। କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ। ଘିଅକୁ ସାଧାରଣ ଲୋକ ଖାଇବା ବେଳେ କୌଣସି ପରିମାଣର ଆବଶ୍ୟକତା ପଡୁନଥିବା ବେଳେ ଗର୍ଭାବସ୍ଥା ସମୟରେ ଏହାର ପରିମାଣକୁ ଧ୍ୟାନରେ ରଖିବାକୁ ପଡିଥାଏ। ଏହାର ଅଧିକ ମାତ୍ରା ଗର୍ଭାବସ୍ଥା ସମୟରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାପାରେ। ତେଣୁ ଏହି ସମୟରେ କେତେ ମାତ୍ରାରେ ଘିଅ ଖାଇବେ ଓ ପରେ କେତେ ମାତ୍ରାରେ ଘିଅ ଖାଇବେ ଆସନ୍ତୁ ତାହା ବିଷୟରେ ଜାଣିବା..

ଗର୍ଭାବସ୍ଥାରେ ଦେଶୀ ଘିଅ ଖାଇବାକୁ ନେଇ ଲୋକଙ୍କର ଅନେକ ଭ୍ରାନ୍ତ ଧାରଣା ରହିଥାଏ। କିନ୍ତୁ ଆୟୁର୍ବେଦ ବିଶେଷଜ୍ଞଙ୍କ କହିବାନୁସାରେ ୧ରୁ ୮ ମାସ ପର୍ଯ୍ୟନ୍ତ ପ୍ରତିଦିନ ୨୫ ଗ୍ରାମ ଘିଅ ଖାଇବା ଉଚିତ। ଯଦି ଆପଣ କୌଣସି ରୋଗରେ ପୀଡିତ ନଥାନ୍ତି ତେବେ ୯ ମାସ ପର୍ଯ୍ୟନ୍ତ ପ୍ରତିଦିନ ୭୫ ଗ୍ରାମ ଘିଅ ଖାଇପାରିବେ।

ପିଲା ଜନ୍ମ ହେବାର ୨ରୁ ୩ ମାସ ପରେ ଆପଣ କୌଣସି ଔଷଧ ଯଥା, ପିପ୍ପଳୀ, ଅଦା, ଶୁଣ୍ଠି, ଜୁଆଣି ସହିତ ଘିଅ ଖାଇପାରିବେ। ଘିଅ ଖାଇବା ଦ୍ୱାରା ଓଜନ ବଢିବା ସମସ୍ୟା ଦେଖାଦେବା ସହ ଗର୍ଭାଶୟ ମଧ୍ୟ ଓଜନ ହୋଇଥାଏ। ଯେଉଁ ଗର୍ଭବତୀ ମହିଳାଙ୍କର ଏସିଡିଟି, ଏଲର୍ଜି, ଅଲସର ଭଳି ସମସ୍ୟା ରହିଛି, ସେମାନେ ଘିଅର ମାତ୍ରାକୁ ନେଇ ଡାକ୍ତରଙ୍କୁ ପରାମର୍ଶ କରିପାରିବେ।

ଏହାବ୍ୟତିତ ଆପଣ ଭୋଜନରେ ଘିଅ କୁ ସାମିଲ କଲେ ଏହା ଆପଣଙ୍କ ପାଚନ ଶକ୍ତିକୁ ମଜବୁତ କରିଥାଏ। ଏଥିରେ ଅନ୍ତନଳୀ ସୁସ୍ଥ ଭାବେ କାମ କରେ। ଏହାକୁ ଖାଇବା ଦ୍ୱାରା କ୍ୟାନସର ଭଳି ରୋଗ ଦୂରେଇ ଯାଏ। ପେଟରେ ଅଲସର ଆଶଙ୍କା କମ ହୋଇଥାଏ। ତେଣୁ ଏଥିପାଇଁ ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତିରେ ଘିଅର ସେବନକୁ ସବୋର୍ତ୍ତମ ବୋଲି ମନାଯାଇଛି।

ଏହାକୁ ଖାଇବା ଦ୍ୱାରା ଦାନ୍ତ ମଜବୁତ ରହିଥାଏ। ଘିଅରେ ଭିଟାମିନ ଭରି ରହିଛି। ଯାହା ଦ୍ୱାରା କ୍ୟାଲସିୟମ ମିଳିଥାଏ। ଏହାଦ୍ୱାରା କେଶ ମଜବୁତ ରହିଥାଏ। କେଶରେ ରୂପି ସମସ୍ୟା ଦୂର ହୋଇଯାଏ।

ଘିଅରେ ବ୍ୟୁଟରିକ ଏସିଡ ଭରପୂର ମାତ୍ରାରେ ରହିଛି। ଏହା ରୋଗ ସହ ଲଢ଼ିବାକୁ କ୍ଷମତା ଯୋଗାଏ। କୋଶିକାକୁ ଶକ୍ତି ମିଳିଥାଏ। ଏଥିରେ ପ୍ୟୋର ଫ୍ୟାଟ ଥାଏ ଯାହା ଶରୀରକୁ ଭଲ କୋଲେଷ୍ଟ୍ରଲ ଯୋଗାଇଥାଏ। ହାର୍ଟ ଆଟାକ ସମସ୍ୟା କମିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button