କ୍ରାଇମ

ସାଇବର ଠକଙ୍କ ନୂଆ ଚାଲ୍‌: ଇ-ଚାଲାଣ ମେସେଜ୍‌ ଦେଇ ପୋଛି ଦେଉଛନ୍ତି ଆକାଉଣ୍ଟ – Utkal Mail


କଟକ: ସାଇବର୍ ଠକଙ୍କ ନୂଆ ଚାଲ ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଭିନ୍ନ ଲୋକଙ୍କ ଆକାଉଣ୍ଟରୁ ସାଇବର ଠକ ଟଙ୍କା ପୋଛି ନେବା ପରେ ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି। ସୂଚନା ଅନୁଯାୟୀ, ବିଭିନ୍ନ ଲୋକଙ୍କ ମୋବାଇଲ୍ ଫୋନ୍‌କୁ ମେସେଜ୍ ଯାଉଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ ସେମାନଙ୍କୁ ନିର୍ଦ୍ଦେଶ ଦେୟ ପୈଠ କରିବାକୁ କୁହାଯାଉଛି। ସେହି ମେସେଜ୍‌ରେ ଯେଉଁ ଲିଙ୍କ୍‌ ଦିଆଯାଉଛି, ତାହାକୁ କ୍ଲିକ୍ କରି କିଛିଟା ​ତଥ୍ୟ ଦେବା ପରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଠକ ଟଙ୍କା ଲୁଟି ନେଉଛନ୍ତି।

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବାବଦରେ କଟାଯାଉଥିବା ଚାଲାଣ ଟଙ୍କା ଜମା କରିବାକୁ ପରିବହନ ବିଭାଗର ଏକ ନିର୍ଦ୍ଦିଷ୍ଟ ଲିଙ୍କ୍‌ ରହିଛି। ପରିବହନ ବିଭାଗର ଏହି ଲିଙ୍କ୍ ହେଉଛି । କିନ୍ତୁ ଏହା ବଦଳରେ ସାଇବର୍ ଠକମାନେ ଏକ ଜାଲ୍ ଲିଙ୍କ୍‌ ପ୍ରସ୍ତୁତ କରି ସାଧାରଣ ଲୋକଙ୍କୁ ଠକିବା ପାଇଁ ତାହାକୁ ମେସେଜ୍‌ରେ ଦେଉଛନ୍ତି। ସେହି ଲିଙ୍କ୍‌ ବି ମୂଳ ଲିଙ୍କ୍‌ ସହ ପାଖାପାଖି ମିଶି ଯାଉଛି। ସାଇବର ଠକ ପଠାଉଥିବା ଲିଙ୍କ୍‌ ହେଉଛି । ଏଭଳି ପାଖାପାଖି ମିଶିଯାଉଥିବା ଲିଙ୍କ୍‌ ଦେଖି ସାଧାରଣ ଲୋକ ଜାଣି ପାରୁନାହାନ୍ତି। ମେସେଜ୍‌ରେ ଚାଲାଣ ଦାଖଲ ପାଇଁ ଆରଟିଓ ସହ ଯୋଗାଯୋଗ କରିବାକୁ ବି ସାଇବର ଠକ ପରାମର୍ଶ ଦେଉଛନ୍ତି। ଏଭଳି ସ୍ଥିତିରେ ଏହାକୁ ବିଶ୍ବାସ କରି ସାଧାରଣ ଲୋକ ସେହି ଲିଙ୍କରେ କ୍ଲିକ୍ କରି କିଛିଟା ତଥ୍ୟ ଦାଖଲ କରିବା ପରେ ଠକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରି ଦେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ​ଚାଲାଣ ସଂପର୍କିତ କୌଣସି ଲିଙ୍କ୍‌ରେ ଯୋଡ଼ି ହେବା ପୂର୍ବରୁ ସେ ସଂପର୍କରେ ସଂପୂର୍ଣ୍ଣ ନିଶ୍ଚିତ ହୋଇ ଆଗକୁ ବଢ଼ିବାକୁ ଏବେ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସାଇବର ଠକ ଏଭଳି ନୂଆନୂଆ ଢଙ୍ଗରେ ଲୋକଙ୍କୁ ଲୁଟିବାର ଯୋଜନା କରୁଥିବା ବେଳେ ଏହା ଏବେ ସାଇବର୍ ପୁଲିସ ପାଇଁ ବି ଚିନ୍ତାର କାରଣ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button