ଓଡିଶା

ପତାକା ଉତ୍ତୋଳନ ପରେ ଟଳିପଡ଼ିଲେ ପ୍ରଧାନଶିକ୍ଷକ

ଘୁ.ଉଦୟଗିରି: ଗଣତନ୍ତ୍ର ଦିବସ ଅବସରରେ ଏକ ଦୁଃଖଦ ଖବର ସବୁ ମହଲକୁ ସ୍ତବ୍‌ଧ କରିଦେଇଛି। ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ତ୍ରିପାଠୀ (୫୯)ଙ୍କ ଗତକାଲି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପରେ ମୃତ୍ୟୁ ଘଟିଛି। ସକାଳ ୭ଟାରେ ସେ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ସହ ଶୋଭାଯାତ୍ରାରେ ସାମିଲ ‌ହୋଇ କଳିଙ୍ଗାଛକରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ବିଦ୍ୟାଳୟରୁ ଫେରି ଚେୟାର୍‌ରେ ବସିଥିବା ଅବସ୍ଥାରେ ହଠାତ୍‌ ଅଚେତ ହୋଇ ପଡ଼ିଥିଲେ।

ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ଧରଣୀଧର ପ୍ରଧାନ ଓ ମାର୍କେସ ମଲ୍ଲିକଙ୍କ ସମେତ ବିଦ୍ୟାଳୟର କର୍ମଚାରୀମାନେ ତାଙ୍କୁ ଏକ ଅଟୋରେ ପ୍ରଥମେ କଳିଙ୍ଗା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରୁ ତାଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ। କଳିଙ୍ଗା ଛକରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ମରଶରୀରକୁ ବ୍ରହ୍ମପୁରସ୍ଥିତ ବାସଭବନକୁ ନିଆଯାଇଥିଲା। ସନ୍ଧ୍ୟ‌ାରେ କଳିଙ୍ଗା ଗ୍ରାମବାସୀଙ୍କ ତରଫରୁ ମହମବତି ‌ଶୋଭାଯାତ୍ରା ଅନୁଷ୍ଠିତ ‌ହୋଇଥିଲା। ସ୍ବର୍ଗତ ତ୍ରିପାଠୀ କଳିଙ୍ଗା ହାଇସ୍କୁଲ୍‌ରେ ୩୮ ବର୍ଷ ଧରି ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଗତ ୬ ମାସ ହେବ ସେ ପ୍ରଧାନଶିକ୍ଷକ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ। ଚଳିତବର୍ଷ ଜୁନ୍‌ରେ ସେ ଅବସର ଗ୍ରହଣ କରିଥା’ନ୍ତେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button