ଓଡିଶା

ସୋମବାର ଠାରୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ

ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। କାର୍ଯ୍ୟସୂଚୀ ଅନୁଯାୟୀ, ସୋମବାର ଦିନ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ଝାଡ଼ଖଣ୍ଡରେ ପହଞ୍ଚି ସେଠାରୁ ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ ।

ଦିନ ୧ ଟାରେ ଜମାଣି ମୈଦାନରେ ‘ପରିବର୍ତ୍ତନ ସଭା’ରେ ଯୋଗଦେବେ।

ଏହା ପରେ ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ୍ ପଡ଼ିଆରେ ସଭାକୁ ସମ୍ବୋଧିତ କରିବେ ଏବଂ ଅପରାହ୍ନ ୫ଟାରେ ଚାଇବାସା ସର୍କିଟ୍ ହାଉସରେ ପହଞ୍ଚି ରାତ୍ରୀଯାପନ କରିବେ । ଏହାପରେ ୧ ତାରିଖରେ ଚାଇବାସାରେ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଆଉ ୧ ତାରିଖ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button