ହିଜାବ ନପିନ୍ଧି କାର ଚଳାଉଥିଲେ ମହିଳା, ପୋଲିସ୍ ଚଳାଇଲା ଗୁଳି

; ଇରାନରେ ହିଜାବକୁ ନେଇ ପୁଣି ଥରେ ବିବାଦ ଲାଗି ରହିଛି। ଇରାନ ପୋଲିସ ଜଣେ ମୁସଲମାନ ମହିଳାଙ୍କୁ ହିଜାବ ନ ପିନ୍ଧି ଗାଡି ଚଳାଉଥିବାରୁ ଗୁଳି ଚଳାଇଛନ୍ତି। ପୋଲିସ ତାଙ୍କୁ ଅଟକାଇବା ପରେ ବି ସେ ନିର୍ଦ୍ଦେଶନାମା ପାଳନ କରିନଥିଲେ। ପୀଡିତାଙ୍କ ନାମ ଅରେଜୁ ବଦ୍ରି, ଯିଏ ୨ ସନ୍ତାନର ମା। କିନ୍ତୁ ବର୍ତ୍ତମାନ ସେ ଶଯ୍ୟାଶାୟି ଏବଂ ଜୀବନସାରା ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ।
କାରଣ ଗୁଳି ଯୋଗୁଁ ଅଣ୍ଟା ତଳେ ଥିବା ଅଂଶ ପକ୍ଷାଘାତ ହୋଇଯାଇଛି।
୩୧ ବର୍ଷିୟ ଅରେଜୁ ରାଜଧାନୀ ତେହେରାନ ଠାରୁ ପ୍ରାୟ ୧୨୧ କିଲୋମିଟର ଦୂରରେ ଥିବା ଘରକୁ ଯାଉଥିଲେ । ସେହି ସମୟରେ ପୋଲିସ୍ ଅରେଜଙ୍କୁ ଅଟକାଇଥିଲା। ସେ ନିଜ ମୁଣ୍ଡରେ ଥିବା ହିଜାବ୍ କୁ ଠିକ୍ ଭାବରେ ପିନ୍ଧି ନଥିଲେ। ଅଟକାଇବା ପରେ ବି ସେ ତାହାକୁ ସଜାଡି ନଥିବାରୁ ପ୍ରଥମେ କାରକୁ ଗୁଳି ଚଳାଯାଇଥିଲା । ଯାହା ଟାୟାରରେ ବାଜିଥିଲା। ଦ୍ୱିତୀୟ ଗୁଳିଟି ଅରେଜୁଙ୍କ ଉପରେ ଚଳାଯାଇଥିଲା । ତାହା ସିଧା ତାଙ୍କ ମେରୁଦଣ୍ଡକୁ ଆଘାତ କରିଥିଲା। ରିପୋର୍ଟ ଅନୁଯାୟୀ, ପୋଲିସ ହିଁ ଅରେଜୁଙ୍କ ପରିବାରକୁ ସୂଚନା ଦେଇଥିଲା। ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅପରେସନ୍ କରାଯାଇଥିଲା, କିନ୍ତୁ ଡାକ୍ତରମାନେ ବୁଲେଟ୍ ବାହାର କରିପାରିନଥିଲେ। ଘଟଣାର ଏକ ସପ୍ତାହ ପରେ ତାଙ୍କୁ ତେହେରାନକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ ଏବଂ ମେରୁଦଣ୍ଡରେ ଲାଗିଥିବା ବୁଲେଟକୁ ବାହାର କରିଥିଲେ। କିନ୍ତୁ ସେ ଏବେ ପାରାଲାଜ୍ ହୋଇଯାଇଛନ୍ତି।
ଇରାନ ନିୟମ ଅନୁଯାୟୀ ଏହି ଗୁଳି ବିନିମୟ ଯଥାର୍ଥ ଅଟେ। ଏହା ସ୍ପଷ୍ଟ ନୁହେଁ ଯେ ଅରେଜୁ ବଦ୍ରି ଆଇନ୍ ଅନୁଯାୟୀ ହେଡ୍ ସ୍କାର୍ଫ ପିନ୍ଧିଥିଲେ କିମ୍ବା ଆଦୌ କିଛି ପିନ୍ଧିନଥିଲେ, କିନ୍ତୁ ତାଙ୍କୁ ଉପରେ ମାମଲା ରୁଜୁ ହୋଇଛି। ତାଙ୍କ କାର ପାଇଁ ଏକ ନୋଟିସ୍ ପଠାଯାଇଛି । ନୋଟିସରେ ଦର୍ଶାଯାଇଛି ଯେ ଅରେଜୁ ଆଇନର ଅନେକ ଉଲ୍ଲଂଘନ କରିଛନ୍ତି, ତେଣୁ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ୍