ଦେଶ ବିଦେଶ

ଭାରତୀୟ ବାୟୁସେନା ମାଲବାହୀ ବିମାନରୁ ‘ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ୍‌’ର ସଫଳ ପରୀକ୍ଷଣ କଲା – Utkal Mail


ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଧୀନରେ ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ୍‌ର ସଫଳ ପରୀକ୍ଷଣ କରିଛି।

ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ ପାରାସୁଟ୍‌ ସାହାଯ୍ୟରେ ୨୦ ଟନ୍‌ ଓଜନର ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ଗୋଳାବାରୁଦ ପରିବହନ ଏବଂ ପକାଇବାରେ ସାହାଯ୍ୟ କରିବ। ଆଗ୍ରାର ଏରିଆଲ ଡେଲିଭରି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଡିଆରଡିଓ)ରେ ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ୍‌ ଡିଜାଇନ୍‌ ଓ ବିକଶିତ କରାଯାଇଛି।

ଏରିଆଲ୍‌ ଡେଲିଭରି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ, ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଏୟାରବୋର୍ଣ୍ଣିକ୍ସ ଡିଫେନ୍‌ସ ଆଣ୍ଡ ସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଜେସିବିଏଲ୍‌ ପ୍ରତିରକ୍ଷା ଡିଭିଜନ) ମିଳିତ ଭାବେ ଏହି ପରୀକ୍ଷଣ ସଫଳତାର ସହ ଶେଷ କରିଛନ୍ତି।

ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ୍‌ ସଂପର୍କରେ…

ସି-୧୭, ସି-୧୩୦ ଏବଂ ଅନ୍ୟାନ୍ୟ ସି-ସିରିଜ୍‌ ବିମାନ ପାଇଁ ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ୍‌ ବ୍ୟବହାର କରାଯାଇପାରିବ।

ଏଥିରେ ଏକ ପ୍ଲାଟଫର୍ମ ଏବଂ ଏକ ସ୍ୱତନ୍ତ୍ର ମଲ୍‌ଟିଷ୍ଟେଜ୍‌ ପାରାସୁଟ୍‌ ସିଷ୍ଟମ ରହିଛି ଏବଂ ଏଥିରେ ଆଠଟି ମୁଖ୍ୟ କ୍ୟାନୋପି ରହିଛି। ତିନିଟି ଏକ୍ସଟ୍ରାକ୍ଟର ପାରାସୁଟ୍‌, ଗୋଟିଏ ଡ୍ରଗ ପାରାସୁଟ୍‌ ଏବଂ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍‌, ମେକାନିକାଲ୍‌ ସିଷ୍ଟମ୍‌ ଏବଂ ଅନ୍ୟାନ୍ୟ ଲାଚିଂ ଆକ୍ସେସରିଜ୍‌ ଏଥିରେ ଖଞ୍ଜା ଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ସଶସ୍ତ୍ର ବାହିନୀରେ ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ ସାମିଲ କରିବା ପାଇଁ ଇତିମଧ୍ୟରେ ପ୍ରସ୍ତୁତି ଶେଷ ହୋଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button