ମନୋରଞ୍ଜନ

ଦୂରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣ ର ୮ଜଣ କଳାକାରଙ୍କର ହେଇ ସାରିଛି ନିଧନ, ହନୁମାନଙ୍କ ଠୁ ଭରତଙ୍କ ପର୍ଯ୍ୟନ୍ତ, ଏହି ରିପୋର୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ଦୂରଦର୍ଶନ ରେ ପ୍ରସାରିତ ହେଉଥିବା ରାମାୟଣ ସିରିୟଲ ପାଇଁ କଳାକାର ମାନଙ୍କୁ କିପରି ଭାବେ ବଛାଯାଇ ଥିଲା ଏବଂ ସେମାନଙ୍କୁ ଦିଆଯାଇ ଥିବା ନିଜର ଚରିତ୍ରକୁ ସେମାନେ କିପରି ଭାବେ ତୁଲାଇ ଥିଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପୌରାଣିକ ଧାରାବାହିକ ଟି ବହୁତ ଲୋକପ୍ରିୟତା ହାସଲ କରିଛି । ସୁଗ୍ରୀବଙ୍କ ଚରିତ୍ରରେ ଅଭିନୟ କରୁଥିବା ଶ୍ୟାମ ସୁନ୍ଦର କଲାନୀ ବହୁତ ଦିନ ଧରି କ୍ୟାନ୍ସର ସହିତ ଯୁଦ୍ଧ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି ।

ଶ୍ୟାମ ସୁନ୍ଦର ଙ୍କ ବ୍ୟତିତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଥିବା ୮ଜଣ କଳାକାରଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଛି । ଏହି ୮ ଜଣଙ୍କ ବିନା ରାମାୟଣ ଅଧୁରା ବୋଲି କୁହାଯାଏ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ରାମାୟଣର ବିଭୀଷଣ

୧୫ ନଭେମ୍ବର ୨୦୧୬ ରେ ଟ୍ରେନ ଦୁର୍ଘଟଣାରେ ରାମାୟଣ ରେ ବିଭୀଷଣ ଚରିତ୍ରରେ ଅଭିନୟ କରୁଥିବା ମୁକେଶ ରାୱଲ ଙ୍କର ମୃତ୍ୟୁ ହୋଇଥିଲା । ସେ ହିନ୍ଦୀ ଏବଂ ଗୁଜୁରାଟି ଫିଲ୍ମରେ ବି ଅଭିନୟ କରିଥିଲେ ।

ରାମାୟଣ ର ମନ୍ଥରା

ରାମାୟଣରେ ମନ୍ଥରା ଚରିତ୍ରରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଲଳିତା ପୱାରଙ୍କର ୨୪ ଫେବୃୟାରୀ ୧୯୯୮ରେ ମୃତ୍ୟୁ ହୋଇଥିଲା ।

ରାମାୟଣ ର ମେଘନାଦ

ରାମାୟଣର ମେଘନାଥଙ୍କର ୨ ଫେବୃୟାରୀ ୨୦୦୭ରେ ମୃତ୍ୟୁ ହୋଇ ସାରିଛି ଓ ସେ ହିନ୍ଦୀ ଟିଭି ସୋ ଓ ଫିଲ୍ମରେ ବି ଅଭିନୟ କରିଥିଲେ ।

ରାମାୟଣର ରାଜା ଜନକ

ରାମାୟଣ ର ଜନକ ବା ସୀତାଙ୍କ ପିତାଙ୍କ ଚରିତ୍ରରେ ଅଭିନୟ କରୁଥିବା ମୂଳରାଜ ରାଜଦା ଅଭିନୟ କରିବା ସହିତ ଲେଖକ ଓ ନିର୍ଦେଶକ ଥିଲେ । ୨୩ ସେପ୍ଟେମ୍ବର ୨୦୧୨ ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରାମାୟଣର କୌଶଲ୍ୟା

ମରାଠୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଜୟଶ୍ରୀ ଙ୍କର ୨୯ ଅଗଷ୍ଟ ୨୦୦୮ରେ ମୃତ୍ୟୁ ହୋଇଥିଲା ଯିଏ କି ରାମାୟଣରେ କୌଶଲ୍ୟା ଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

ରାମାୟଣ ର ହନୁମାନ

୧୨ ଜୁଲାଇ ୨୦୧୨ରେ ହନୁମାନ ଚରିତ୍ର କରୁଥିବା ଦାରା ସିଂହଙ୍କର ମୃତ୍ୟୁ ହୋଇଥିଲା ଏବଂ ସେ ୬୦ ବର୍ଷରେ ହନୁମାନଙ୍କ ଚରିତ୍ରରେ ଅଭିନୟ କରୁଥିଲେ ।

ରାମାୟଣର ଭରତ

ଲିଭର ଖରାପ ହୋଇ ଯିବା କାରଣରୁ ରାମାୟଣରେ ଭରତ ଚରିତ୍ର କରୁଥିବା ସଞ୍ଜୟ ଜୋଗ ଙ୍କର ମୃତ୍ୟୁ ହୋଇଥିଲା ଏବଂ ସେ ୫୦ ରୁ ଅଧିକ ଫିଲ୍ମ କରିଥିଲେ ।

ରାମାୟଣ ର ମହାରାଣୀ ସୁନେନା

ହିନ୍ଦୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଯିଏ କି ରାମାୟଣରେ ମହାରାଣୀ ସୁନେନା ଙ୍କ ଭୂମିକାରେ ଅଭିନୟ କରିଥିଲେ ତାଙ୍କର ମୃତ୍ୟୁ ୨୨ ଫେବୃୟାରୀ ୧୯୯୭ରେ ହୋଇ ସାରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button