ଓଡିଶା

ବଦଳିଲା ଲକ୍ଷ୍ମୀ ବସ୍ ର ରୂପରେଖ

ବଦଳିଲା ଲକ୍ଷ୍ମୀ ବସ୍‌ର ରଙ୍ଗ ଏବଂ ନା । ସବୁଜରୁ ହେଲା ଗେରୁଆ। ଆଉ ସେଥିରେ ଲକ୍ଷ୍ମୀ ବସ୍‌ ପରିବର୍ତ୍ତନ ହୋଇ ଲେଖାହୋଇଛି ମୁଖ୍ୟମନ୍ତ୍ରୀ ବସ୍‌ ସେବା। ଢେଙ୍କାନାଳରେ ଲକ୍ଷ୍ମୀ ବସ୍‌ର ହୋଇଛି ଏପରି ନବକଳେବର । ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନି।

ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି। ଏଥିସହ ବସ୍‌ର ନାଁ ବି ବଦଳି ଯାଇଛି। ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି।

ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ଓ ନାଁ ବଦଳି ଯାଇଛି। ତେବେ ଏନେଇ RTO କିଛି ପ୍ରତିକ୍ରିୟା ଦେଇନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button