କ୍ରାଇମ

ଲୋକପ୍ରିୟ ହେଉଛି ‘ଏଆଇ’ଦ୍ବାରା ଫଟୋରେ ଥିବା ନାରୀଙ୍କୁ ଉଲଗ୍ନ କରୁଥିବା ‘ଆପ୍‌’: ରିପୋର୍ଟ – Utkal Mail


ନୂଆଦିଲ୍ଲୀ: ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ (ଏଆଇ) ଯୋଗେ ଫଟୋରେ ଥିବା ନାରୀମାନଙ୍କୁ ଉଲଗ୍ନ କରୁଥିବା ‘ଆପ୍‌’ ଏବଂ ‘ୱେବ୍‌ସାଇଟ୍‌’ ସବୁ ଦ୍ରୁତ ଲୋକପ୍ରିୟତା ହାସଲ କରୁଥିବା କଥା ଗବେଷକମାନେ କହୁଛନ୍ତି।

କବେଳ ସେପ୍ଟେମ୍ବର ମାସରେ ୨୪ ନିୟୁତ ଲୋକ ଏହି ବିବସ୍ତ୍ରକାରୀ ‘ୱେବ୍‌ସାଇଟ୍‌’ଗୁଡ଼ିକୁ ‘ଭିଜିଟ୍‌’ କରିଥିବା କଥା ସାମାଜିକ ଗଣମାଧ୍ୟମ ନେଟ୍‌ୱାର୍କ ବିଶ୍ଳେଷଣକାରୀ କମ୍ପାନି ‘ଗ୍ରାଫିକା’ ରିପୋର୍ଟ କରିଛି।

ମାର୍କେଟିଙ୍ଗ୍‌ ଲାଗି ଏହି ‘ବିବସ୍ତ୍ରକାରୀ’ ସେବାଯୋଗଣକାରୀ କମ୍ପାନି ସବୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ନେଟ୍‌ୱାର୍କ ଉପଯୋଗ କରିଥିବା କଥା ‘ଗ୍ରାଫିକା’କହିଛି। ଦୃଷ୍ଟାନ୍ତ ଦେଇ ‘ଗ୍ରାଫିକା’ କହିଛି, ଚଳିତ ବର୍ଷ ପ୍ରାରମ୍ଭରୁ ‘ଏକ୍ସ’ ଓ ‘ରେଡିଟ୍‌’ ସମେତ ବହୁ ସାମାଜିକ ଗଣମାଧ୍ୟମରେ ଏହି ସବୁ ‘ବିବସ୍ତ୍ରକାରୀ’ ‘ଆପ୍‌’କୁ ବିଜ୍ଞାପିତ କରୁଥିବା ‘ଲିଙ୍କ୍‌’ସଂଖ୍ୟା ୨,୪୦୦%ରୁ ଅଧିକ ବୃଦ୍ଧି ପାଇଛି। ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ଦ୍ବାରା ଏହି କମ୍ପାନି ସବୁ ବ୍ୟକ୍ତିବିଶେଷଙ୍କର ନଗ୍ନ ଫଟୋ ପ୍ରସ୍ତୁତି କରୁଛନ୍ତି। ଏହି କମ୍ପାନିଗୁଡ଼କରୁ ଅନେକ କେବଳ ନାରୀମାନଙ୍କ ନଗ୍ନ ଫଟୋ ପ୍ରସ୍ତୁତି କରୁଛନ୍ତି।

Image Courtesy of Forbes

ପ୍ରାୟ ୩୪ଟି କମ୍ପାନି ଏଭଳି ସେବା ଯୋଗାଇ ଦେଉଛନ୍ତି। ଗୋଟାଏ କମ୍ପାନି ଦେଇଥିବା ବିଜ୍ଞାପନରେ ଉଲ୍ଲେଖ ଅଛି: ଯେଉଁ ଝିଅକୁ ଇଚ୍ଛା ସେ ଝିଅକୁ ବିବସ୍ତ୍ର କରନ୍ତୁ।

‘ଗ୍ରାଫିକା’ର ଅନ୍ୟତମ ବିଶ୍ଳେଷଣକାରୀ ସାଣ୍ଟିଆଗୋ ଲାକାଟୋସ୍‌ କହିଛନ୍ତି, ଏଥିରେ ଆପଣ ଯାହା କରିବେ ତାହା ଅତ୍ୟନ୍ତ ବାସ୍ତବ ଭଳି ଦିଶିବ। କିନ୍ତୁ, ଆଗରୁ ଯେଉଁ ‘ଡିପ୍‌ଫେକ୍‌’ ସବୁ ପ୍ରସ୍ତୁତି କରାଯାଉଥିଲା ତାହା ଝାପ୍‌ସା ଦିଶୁଥିଲା।

ସେ ‘ଆପ୍‌’ଗୁଡ଼ିକ ମଧ୍ୟରୁ ଗୋଟାଏ ‘ଗୁଗଲ୍‌’ର ‘ୟୁଟ୍ୟୁବ୍‌’ରେ ‘ସ୍ପନ୍‌ସର୍ଡ କଣ୍ଟେଣ୍ଟ୍‌’ ପାଇଁ ଅର୍ଥ ପ୍ରଦାନ କରିଥିବାରୁ ଇଂରାଜୀରେ ‘ନ୍ୟୁଡିଫାଏ’ ଶବ୍ଦ ଟାଇପ୍‌ କରି ‘ସର୍ଚ’ କଲେ ତାହା ସର୍ବପ୍ରଥମେ ଦେଖା ଦେଉଛି।

ଏ ବିଷୟରେ ‘ଗୁଗଲ୍‌’ର ଜଣେ ମୁଖପାତ୍ର କହିଛନ୍ତି ଯେ, ଯୌନ-ନଗ୍ନତା ଥିବା ‘କଣ୍ଟେଣ୍ଟ୍‌’ ସବୁକୁ କମ୍ପାନି ପ୍ରସାରଣ କରେନାହିଁ। ଉପରୋକ୍ତ ବିଜ୍ଞାପନକୁ ଆମେ ସମୀକ୍ଷା କରିଛୁ ଏବଂ ଆମ ନୀତିନିମୟ ଉଲ୍ଲଂଘନ କରୁଥିବା ବିଜ୍ଞାପନଗୁଡ଼ିକୁ ହଟାଇ ଦେବୁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button