ନୀତି

ଭାଇର ଜୀବନ ବଞ୍ଚାଇବାକୁ ଏହି ରାଖିରେ କିଡ୍‌ନି ଉପହାର ଦେଲେ ଭଉଣୀ – Utkal Mail


ରାୟପୁର: ଆଜି ପବିତ୍ର ରାଖି ପୂର୍ଣ୍ଣିମା। ଭାଇଭଉଣୀଙ୍କ ସ୍ନେହର ଏହି ଦିନରେ ଛତିଶଗଡର ରାୟପୁରର ଜଣେ ମହିଳାଙ୍କର  ନିଜ ଭାଇର ଜୀବନ ବଞ୍ଚାଇବା ପାଇଁ ତ୍ୟାଗର କାହାଣୀ ସାମ୍ନାକୁ ଆସିଛି। ଭାଇର ଜୀବନ ବଞ୍ଚାଇବାକୁ କିଡନି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହିଳା ଜଣକ। ଏହାଠାରୁ ବଡ଼ ଉପହାର ବୋଧେ ଜଣେ ଭାଇ ପାଇଁ ଆଉ କିଛି ହୋଇପାରେନା।

ଗତ ବର୍ଷ ମେ ମାସରେ ୪୮ ବର୍ଷର ଓମପ୍ରକାଶ ଧାନ୍‌ଗର୍‌ କ୍ରନିକ୍‌ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର କିଡନି ଖରାପ ହୋଇଯାଇଥିବାରୁ ତାଙ୍କୁ ଡାଏଲିସିସ୍ ଆବଶ୍ୟକ ପଡ଼ିଥିଲା ଗୋଟିଏ କିଡନି ୮୦% ଏବଂ ଅନ୍ୟଟି ୯୦% କ୍ଷତିଗ୍ରସ୍ତ ହୋଇଛି ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ। ବହୁ ଚିନ୍ତା କରିବା ପରେ ତାଙ୍କ ପରିବାର ଲୋକ ତାଙ୍କର ଗୁଜୁରାଟର ନାଡିଆଡର ଏକ ଡାକ୍ତରଖାନାରେ କିଡନି ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଯେତେବେଳେ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ ଯେ ସେମାନେ ଜଣେ କିଡନି ଦାତା ଆବଶ୍ୟକ କରନ୍ତି, ସେତେବେଳେ ରାୟପୁରର ଟିକ୍ରାପାରା ନିବାସୀ ଓମପ୍ରକାଶଙ୍କ ବଡ଼ ଭଉଣୀ ଶୀଲାବାଇ ପାଲ ତୁରନ୍ତ ଆଗ୍ରହ ପ୍ରକାଶ କରିଥିଲେ। ସେ ସମସ୍ତ ଆବଶ୍ୟକୀୟ ପରୀକ୍ଷଣ କରିଥିଲେ ଏବଂ ଭାଉଭଉଣୀଙ୍କର ଉପଯୁକ୍ତ ମେଳ ବୋଲି ଜଣାପଡିଛି।
ସେପ୍ଟେମ୍ବର ୩ ତାରିଖରେ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ଓମପ୍ରକାଶ ଏବଂ ଶୀଲାବାଇ ବର୍ତ୍ତମାନ ଗୁଜୁରାଟରେ ଅଛନ୍ତି ଏବଂ ଏହି ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଛନ୍ତି। ଶୀଲାବାଇ କହିଛନ୍ତି ଯେ ସେ ତାଙ୍କ ଭାଇଙ୍କୁ ଖୁବ୍‌ ଭଲପାଆନ୍ତି ଏବଂ ଚାହାଁନ୍ତି ଯେ ସେ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ। କିଡ୍‌ନି ପ୍ରତିରୋପଣର ହେବାକୁ ଆଉ  ଏକ ସପ୍ତାହ ବାକି ଥିବା ବେଳେ ଶୀଲାବାଇ ଓମ୍ ପ୍ରକାଶଙ୍କୁ ଆଜି ରାଖି ବାନ୍ଧିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button