ଜୀବନଶୈଳୀ

ଜାଣନ୍ତୁ କେଉଁ ବୟସରେ ବ୍ୟକ୍ତିର କେତେ ଓଜନ ରହିବା ଅତ୍ୟନ୍ତ ଜରୁରୀ ?

ବର୍ତ୍ତମାନ ସମୟରେ ଲୋକମାନେ ଯେଉଁ ଖାଦ୍ୟ ପଦାର୍ଥ ଆଦି ଜୀବନ ଅତିବାହିତ କରିବା ପାଇଁ ବ୍ୟବହାର କରୁଛନ୍ତି ସେଥିରେ ଅତ୍ୟନ୍ତ ମାତ୍ରାରେ ରାସାୟନିକ ସାର ବ୍ୟବହାର ଦ୍ଵାରା ସେଥିରେ ଥିବା ପୁଷ୍ଟିକର ସାର ର ମାତ୍ର ଦିନକୁ ଦିନ ହ୍ରାସ ପାଇଛି ଯାହାଦ୍ଵାରା ଅଧିକାଂଶ ଲୋକ ଅଜଣା ରୋଗରେ ପୀଡିତ ହେଉଛନ୍ତି।ଡକ୍ଟର ଙ୍କ କହିବା ଅନୁସାରେ ରୋଗୀ ଓ ସୁସ୍ଥ ମନୁଷ୍ୟ ମାନେ ସବୁଦିନ ସବୁଜ ପନିପରିବା, ଫଳ ଇତ୍ୟାଦି ଖାଇବା କଥା ।କିନ୍ତୁ ଯେଉଁ ମାନେ ଏହି ଫଳ ଓ ପନିପରିବା ଉତ୍ପାଦନ କରୁଛନ୍ତି ସେମାନେ ତାଙ୍କର ଲାଭ ପାଇଁ ସେଥିରେ ଅନେକ ପ୍ରକାରର କୀଟନାଶକ ଓ ରାସାୟନିକ ସାର ର ବ୍ୟବହାର କରୁଛନ୍ତି।

ଯାହାଦ୍ଵାରା ବହୁତ୍ କମ୍ ସମୟ ମଧ୍ୟରେ ଭଲ ଉତ୍ପାଦନ ସାଙ୍ଗକୁ ଭଲ ରୋଜଗାର ମଧ୍ୟ ହୋଇପାରିବ। ଲୋକମାନେ ନିଜ ଜୀବନ ଧାରଣ କରିବା ପାଇଁ ସେ ଖାଦ୍ୟ ଦ୍ରବ୍ୟକୁ ବ୍ୟବହାର କରୁଛି। ଯାହା ଦ୍ଵାରା ସେ ଅନେକ ଅଜଣା ରୋଗରେ ପୀଡିତ ହେବା ସହ ସ୍ବାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ ଦେଖା ଦେଉଛି।ଆପଣଙ୍କ ଖାଦ୍ୟ ଓ ପାନୀୟ ଆପଣଙ୍କ ସ୍ବାସ୍ଥ୍ୟ ସହ ଜଡ଼ିତ ହୋଇଥାଇ। ଆପଣଙ୍କ ଶରୀର ର ଓଜନ ଦ୍ଵାରା ଆପଣ ସୁସ୍ଥ କି ଅସୁସ୍ଥ ଜଣା ପଡ଼ିଥାଏ। ସେଥିପାଇଁ ଡକ୍ଟର ମାନେ ସବୁଜ ପନିପରିବା ସାଙ୍ଗକୁ ଠିକ୍ ସମୟରେ ଖାଦ୍ୟ ଖାଇବାକୁ କହିଥାନ୍ତି।

*ବିଶେଷଜ୍ଞ ଙ୍କ ମତରେ ନବଜାତ ଶିଶୁ ର ବୟସରେ ଝିଅଙ୍କ ତୁଳନାରେ ପୁଅଙ୍କର ଓଜନ ସାମାନ୍ୟ ବେଶୀ ରହିଥାଏ।ନବଜାତ ଶିଶୁ ଙ୍କର ପୁଅର ଓଜନ ୩.୩କେଜି ବେଳେ ଝିଅଙ୍କର ୩.୨କେଜି ହେବା ଉଚିତ୍।

*୩ ରୁ ୫ ମାସର ପିଲାମାନଙ୍କର ପୁଅ ପିଲାର ଓଜନ ୬କେଜି ଥିବା ସମୟରେ ଝିଅ ପିଲା ର ୫.୪କେଜି ହେବା ଆବଶ୍ୟକ।

*ସେହିପରି ୬ ରୁ ୮ ମାସର ପୁଅ ପିଲାଙ୍କର ୭.୮kg ବେଳେ ଝିଅଙ୍କର ୭.୨kg ହେବା ଉଚିତ୍।

*ଏକ ବର୍ଷ ବୟସରେ ପୁଅର ଓଜନ ୧୦.୨କେଜି ବେଳେ ଝିଅର ୯.୫କେଜି ରହିବ ଉଚିତ୍।

*୨ବର୍ଷ ବୟସରେ ପୁଅର ଓଜନ ୧୨.୩ କେଜି ବେଳେ ଝିଅର ଓଜନ ୧୧.୮କେଜି ରହିବ ଉଚିତ୍।

*ତିନ ରୁ ଚାରି ବର୍ଷ ବୟସରେ ପୁଅର ଓଜନ ୧୪କେଜି ବେଳେ ଝିଅର ଓଜନବୃଦ୍ଧି ହୋଇ ୧୬ କେଜି ହୋଇଥାଇ।

*ପାଞ୍ଚ ବର୍ଷ ବୟସରେ ପୁଅର ଓଜନ ୧୮.୭କେଜି ବେଳେ ଝିଅର ଓଜନ୧୭.୭ କେଜି ହେବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button