ସ୍ୱାସ୍ଥ୍ୟ

ସୁସ୍ଥ ଶରୀର ସହ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ନିମ୍ବ ତେଲ, ଜାଣନ୍ତୁ କ’ଣ ରହିଛି ଫାଇଦା

ନିମ୍ବ ତେଲ ଆମ ଶରୀର ପାଇଁ କେତେ ମାତ୍ରାରେ ଲାଭକାରୀ ତାହା ଆମେ ସମସ୍ତେ ଜାଣିଛେ । ଅନେକ ରୋଗ ଦୂର କରିବା ପାଇଁ ମଧ୍ୟ ଏହି ତେଲ ବ୍ୟବହାର କରାଯାଇଥାଏ । ନିମ୍ବ ତେଲ ଶରୀର ପାଇଁ ଯେତିକି ଲାଭକାରୀ ହୋଇଥାଏ ତ୍ୱଚାରେ ଚମକ ଆଣିବାରେ ମଧ୍ୟ ସେତିକି ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଦ୍ୱାରା ଏହି ତେଲ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ଲାଭ ମିଳିଥାଏ ।

-ନିମ୍ବ ତେଲରେ ଥିବା ଆଣ୍ଟ-ଅକ୍ସିଡେଣ୍ଟବୟସର ଅତ୍ୟଦିକ ମାତ୍ରାକୁ ଲୁଚାଇ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ମଧ୍ୟ ନିଜର ବୟସକୁ ଲୁଚାଇ ରଖିବା ପାଇଁ ଚାହୁଁଛନ୍ତି ତେବେ ସପ୍ତାହରେ ଦୁଇ ଥର ୧୦ ମିନିଟ ପର୍ଯ୍ୟନ୍ତ ତ୍ୱଚା ଏବଂ ଗଳାରେ ଏହି ତେଲ ମାଲିସ କରନ୍ତୁ ।

neem
-ନିମ୍ବରେ ଥିବା ଆଣ୍ଟି-ଇଂଫ୍ଲେମେଟରୀ ଏବଂ ଏନାଲ୍ଜେସିକ ଏଜେଣ୍ଟବ୍ରଣ ସମସ୍ୟା କମ କରିବାରେ ସାହାଯ୍ୟ କରିଥାଏ । ରିସର୍ଚ୍ଚ ଅନୁଯାୟୀ ଯେଉଁମାନେ ମୁହଁରେ ନିମ୍ବ ତେଲ ବ୍ୟବହାର କରିଥାନ୍ତି ସେମାନଙ୍କ ଆଖିପତା ମଧ୍ୟ ସୁସ୍ଥ ରହିଥାଏ । ଏହି ତେଲ ତ୍ୱଚାରେ ଖୋଲା ଥିବା ରୋମଛିଦ୍ରକୁ ସଫା କରିଥାଏ । ଏହିକାରଣରୁ ଆପଣ ନିମ୍ବ ତେଲକୁ ମେକଅପ୍ ରିମୁଭର ଭାବେ ମଧ୍ୟ ବ୍ୟବହାର କରିପାରିବେ ।

neem-oil
-ନିମ୍ବ ତେଲରେ ପ୍ରଚୁର ମାତ୍ରାରେ ଭିଟାମିନ-ଇ ଏବଂ ଫ୍ୟାଟି ଏସିଡ୍ ରହିଥାଏ, ଯାହା ଆମ ତ୍ୱଚାର ସୁନ୍ଦରତା ବଢାଇଥାଏ । ଗାଧୋଇ ସାରିବା ପରେ ନିମ୍ବ ତେଲର ୧ଭାଗ ନଡ଼ିଆ ତେଲର ୨ ଭାଗ ସହ ମିଶାଇ ପୁରା ଶରୀରରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ମୁଲାୟମ ରହିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ।

-ଏହା ବ୍ୟତୀତ ନିୟମିତ ନିମ୍ବ ତେଲର ୪ ବୁନ୍ଦା ନାକ ପକାଇବା କିମ୍ବା ଭୋଜନରେ ସାମିଲ କରିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହେବା ସହ କେଶ ମଜବୁତ୍ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button