ଦେଶ ବିଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୫ଜଣଙ୍କ ଜୀବନ – Utkal Mail



ଝାଡଖଣ୍ଡ: ଗଛରେ ପିଟି ହେଲା ସ୍କର୍ପିଓ । ଘଟଣାସ୍ଥଳରେ ଚାଲିଗଲା ୫ ଜଣଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ । ମୃତକଙ୍କ ମଧ୍ୟରେ ୨ ଶିଶୁ ରହିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଝାଡ଼ଖଣ୍ଡର ବିରନୀ ଥୋରିଆରୁ ଗିରିଡିହର ଡିକୋଡିହ ଅଞ୍ଚଳରୁ ବାହାଘର ଭୋଜି ଖାଇ ଗୋଟାଏ ପରିବାରର ୧୦ ଜଣ ଏକ ସ୍କର୍ପିଓ କାର୍‌ରେ ଫେରୁଥିଲେ। ରାତି ପ୍ରାୟ ୩ଟା ବେଳେ ବାଘମରା ଗାଁ ନିକଟରେ ସେମାନଙ୍କ ଗାଡ଼ି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା । ଧକ୍କାର ତୀବ୍ରତା ଏଡ଼େ ଜୋର୍‌ ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଥିବା ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ସେଠାରେ ଡାକ୍ତର ୫ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button