କ୍ରାଇମ

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ – Utkal Mail


ସମ୍ବଲପୁର: ଏଡିଜେ ତଥା ସ୍ବତନ୍ତ୍ର ପକ୍‌ସୋ ଜଜ୍‌ ଅବିନାଶ ସେନାପତି ଏକ ମାମଲାର ଶୁଣାଣି କରି ଦୁଷ୍କର୍ମ ଅଭିଯୁକ୍ତ କିଶୋର ତାଣ୍ଡି(୨୫)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଗତ ୧୯ ଏପ୍ରିଲ ୨୦୨୧ ସକାଳ ୭ଟାରେ ଜଣେ ୧୪ ବର୍ଷର ନାବାଳିକା ଏକାକୀ ଇଡିଲି କିଣିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ମୋତିଝରନ ନିବାସୀ କିଶୋର ତାଣ୍ଡି ନାବାଳିକାଙ୍କୁ ନିଜ ଘରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ଘରକୁ ଫେରି ତାଙ୍କ ମା’ଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ପୀଡ଼ିତା ତାଙ୍କ ମା’ଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଚିହ୍ନାଇ ମଧ୍ୟ ଥିଲେ। ଏହି ସମୟରେ ଅଭିଯୁକ୍ତ କିଶୋର ପୀଡ଼ିତାଙ୍କ ମା’ଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲା। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ମା’ ଧନୁପାଲି ଥାନାରେ ଏତଲା ଦେଇଥିଲେ।

ପୁଲିସ ଅଭିଯୁକ୍ତ କିଶୋରକୁ ଗିରଫ କରିଥିଲା। ଏହି ମାମଲାର ବିଚାର ସମୟରେ ୧୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲା। ଅଭିଯୁକ୍ତ କିଶୋର ତାଣ୍ଡିକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ଏକ ବର୍ଷ କାରାଦଣ୍ଡଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button