ଓଡିଶା

କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଓଡିଶା ପାଇଁ ୨ଟି ରେଳ ପ୍ରକଳ୍ପ ମଞ୍ଜୁର, ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା

ଭୁବନେଶ୍ଵର : ରାଜ୍ୟରେ ଆହୁରି ବଢିବ ରେଳ ଭିତ୍ତିଭୂମି ।  ଓଡିଶା ପାଇଁ ଆଉ ୨ଟି ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ କରିଛି କେନ୍ଦ୍ର କ୍ୟାବିନେଟ ।  କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଆଜି ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ ୨ଟି ପ୍ରକଳ୍ପ ଓଡିଶା ପାଇଁ ରହିଛି ।

ସମ୍ବଲପୁର-ଜରପଡା ତୃତୀୟ ଓ ଚତୁର୍ଥ ଲାଇନ୍ ଏବଂ ଝାରସୁଗୁଡା- ଶାସନ ତୃତୀୟ ଓ ଚତୁର୍ଥ ଲାଇନ୍ କୁ ମଞ୍ଜୁର କରାଯାଇଛି ।  ଉଭୟ ପ୍ରକଳ୍ପ ପାଇଁ ୫ ହଜାର ୧୦୪ କୋଟି ଟଙ୍କା ବିନିଯୋଗ ହେବ ।  ସମ୍ବଲପୁର-ଜରପଡା ପ୍ରକଳ୍ପ ପାଇଁ ୩ ହଜାର ୯୧୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ଝାରସୁଗୁଡା-ଶାସନ ପ୍ରକଳ୍ପ ପାଇଁ ୧,୧୮୭ କୋଟି ଟଙ୍କା ବିନିଯୋଗ ହେବ ।

ଏହା ଦ୍ବାରା ସମ୍ବଲପୁର, ଅନୁଗୋଳ ଓ ଝାରସୁଗୁଡା ଜିଲ୍ଲା ଗୁଡିକରେ ରେଳ ପରିବହନ କ୍ଷେତ୍ରରେ ବ୍ୟାପକ ଗତିଶୀଳତା ଆସିବ ବୋଲି କୁହାଯାଇଛି।  ଏହି ଦୁଇ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button