ମନୋରଞ୍ଜନ

ରଶ୍ମିକା ନୁହନ୍ତି ଏହି ଅଭିନେତ୍ରୀଙ୍କୁ ନିଜର ‘କ୍ରସ୍’ କହିଲେ ବିଜୟ – Utkal Mail


ମୁମ୍ବାଇ: ଫିଲ୍ମ ଅର୍ଜୁନ ରେଡ୍ଡୀରେ ନଜର ଆସିବା ପରେ ସବୁ ଯୁବତୀଙ୍କ ମନର ରାଜକୁମାର ପାଲଟି ଯାଇଥିଲେ ଅଭିନେତା ବିଜୟ ଦେବରକୋଣ୍ଡା। ଅର୍ଜୁନ ରେଡ୍ଡୀ ଫିଲ୍ମ ରିଲିଜ୍ ପ‌ରେ ଅନେକ ଯୁବତୀଙ୍କ ‘କ୍ରସ୍’ ପାଲଟିଥିଲେ ବିଜୟ। ତେବେ ଅନେକ ହୃଦୟରେ ରାଜ୍ କରୁଥିବା ବିଜୟଙ୍କ ‘କ୍ରସ୍’ କିଏ ଆପଣ ଜାଣନ୍ତି କି? ନିକଟରେ ନିଜ ‘କ୍ରସ୍’ ବିଷୟରେ ଏକ କାର୍ଯ୍ୟକ୍ରମରେ ଜଣାଇଥିଲେ ବିଜୟ।

ବିଜୟ ଏବେ ନିଜର ଆଗାମୀ ଫିଲ୍ମ ‘ଖୁସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ପ୍ରଚାର କରିବା ଆରମ୍ଭ କରିଛନ୍ତି ବିଜୟ। ତେବେ ଏକ କାର୍ଯ୍ୟକ୍ରମରେ ବିଜୟଙ୍କୁ ତାଙ୍କର ‘କ୍ରସ୍’ ବିଷୟରେ ପଚରାଯାଇଥିବା ବେଳେ ସେ ଜଣେ ଅଭିନେତ୍ରୀଙ୍କ ନାମ ନେଇଥିଲେ। ସେହି ଅଭିନେତ୍ରୀଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ସାମନ୍ଥା ‘ଖୁସି’ ଫିଲ୍ମରେ ବିଜୟଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି।

ସୂଚନା ମୁତାବକ, ନିକଟରେ ହାଇଦ୍ରାବାଦରେ ଫିଲ୍ମର ଟ୍ରେଲର ଲଞ୍ଚ କରାଯାଇଥିଲା। ଏହି ସମୟରେ ଫିଲ୍ମର ସମସ୍ତ କଳାକାର ଉପସ୍ଥିତ ଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ଟ୍ରେଲର ଲଞ୍ଚ ସମୟରେ ବିଜୟ ଦେବରକୋଣ୍ଡାଙ୍କୁ ତାଙ୍କ ‘କ୍ରସ୍’ ବିଷୟରେ ପଚରାଯାଇଥିବା ବେଳେ ସାମନ୍ଥା ଆରମ୍ଭରୁ ତାଙ୍କର ‘କ୍ରସ୍’ ଥିଲେ ବୋଲି କହିଥିଲେ ବିଜୟ।

ବିଜୟଙ୍କ ଏହି ଖୁଲାସା ପରେ ଦୁହିଁଙ୍କ ଯୋଡିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ‌ସାମନ୍ଥା ସମସ୍ତଙ୍କର ‘କ୍ରସ୍’ ବୋଲି ସୋସିଆଲ ମିଡିଆରେ ଲୋକେ କହିବା ଆରମ୍ଭ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button