ଜୀବନଶୈଳୀ

ମନୁଷ୍ୟ ଶରୀରରେ ଏହି ୭ଟି ଚିହ୍ନ ରହିଥିଲେ ପୂର୍ବଜନ୍ମର ଘଟଣା ବିଷୟରେ ଜାଣି ହୋଇଥାଏ

ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ମନୁଷ୍ୟର ପୂର୍ବ ଜନ୍ମ ବିଷୟରେ ଅନେକ କଥା ବର୍ଣ୍ଣନା କରିଛନ୍ତି। ମନୁଷ୍ୟ ଶରୀରରେ କିଛି ଏଭଳି ସଂକେତ ମିଳିଥାଏ, ଯାହାଦ୍ଵାରା ଜଣା ପଡ଼ିଥାଏ କି ସେହି ବ୍ୟକ୍ତି ପୂର୍ବଜନ୍ମରେ ନର୍କ ଭୋଗି ଆସିଛନ୍ତି ଏବଂ ନର୍କ ଦଣ୍ଡ ଭୋଗ କରି ଏହି ଜନ୍ମରେ ତାଙ୍କୁ ନୂଆ ଜନ୍ମ ମିଳିଛି। ତେବେ ଆସନ୍ତୁ ସେହି ବିସ୍ତାର ରୂପରେ ଜାଣିବା।

ଗରୁଡ଼ ପୁରାଣ ହେଉଛି ହିନ୍ଦୁଧର୍ମର ସବୁଠାରୁ ପ୍ରାଚୀନ ପୁରାଣ। ଏହା ଅତ୍ୟନ୍ତ ପୁରାତନ ଅଟେ ଏବଂ ଏହା ଗରୁଡ଼ ଓ ଭଗବାନ ବିଷ୍ଣୁଙ୍କର ସାକ୍ଷାତ ସମ୍ବାଦ ଅଟେ। ଏହି ମହାଗ୍ରନ୍ଥରେ ମନୁଷ୍ୟର ଜନ୍ମ ପକ୍ଷରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କଥା ବର୍ଣ୍ଣିତ ରହିଛି। ଏହାସହିତ ଏଥିରେ ଜନ୍ମ ସମୟରେ ଆତ୍ମା କିପରି ପ୍ରବେଶ କରିଥାଏ ଏବଂ ମୃତ୍ୟୁ ସମୟରେ ଆତ୍ମା କିପରି ବାହାରକୁ ବାହାରି ଥାଏ, ଆସନ୍ତୁ ସେହି ବିଷୟରେ ଜାଣିବା।

ଯେଉଁ ମନୁଷ୍ୟ ପୁଣ୍ୟ ଅପେକ୍ଷା ଅଧିକ ପାପ କରିଥାଏ, ସେ ପୃଥିବୀ ଲୋକରେ ମଣିଷ ହୋଇ ପୁଣିଥରେ ଜନ୍ମ ହୋଇଥାଆନ୍ତି। ତାଙ୍କର ଶରୀରରେ କିଛି ଖାସ ଚିହ୍ନ ରହିଥାଏ, ଯାହା ସୂଚନା ଦେଇଥାଏ କି ବ୍ୟକ୍ତି ନର୍କ ବା ସ୍ବର୍ଗ ଭୋଗ କରିଛନ୍ତି। ଯଦି କୌଣସି ମନୁଷ୍ୟ ପୂର୍ବଜନ୍ମରେ ଅସତ୍ୟବାଦୀ ହୋଇଥାନ୍ତି, ତାଙ୍କୁ ନର୍କ ପ୍ରାପ୍ତି ହୋଇଥାଏ। ପରଜନ୍ମରେ ସେ ମନୁଷ୍ୟ ହୋଇ ଜନ୍ମ ହେଲେ ମଧ୍ୟ ଖନେଇ ହୋଇ କଥା ହୋଇ ଥାଆନ୍ତି।

ଯିଏ ପୂର୍ବଜନ୍ମରେ ଲୋକଙ୍କୁ ହତ୍ୟା କରିଥାନ୍ତି, ସେ ପର ଜାରେ କୁଷ୍ଠରୋଗରେ ପୀଡିତ ହୋଇଥାନ୍ତି। ଯେଉଁ ବ୍ୟକ୍ତି ପର ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି, ସେ ପରଜନ୍ମରେ ଚର୍ମ ଦିଗରେ ପୀଡିତ ହୋଇଥାନ୍ତି। ଯେଉଁମାନେ ବିକୃତ ମାନସିକ ହୋଇଥାନ୍ତି, ପର ଜନ୍ମରେ ସେ କେବେବି ସୁଖରେ ରହି ପାରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button