ଦେଶ ବିଦେଶ

ସାରା ରାତି ମସ୍କିଟୋ ଭେପୋରାଇଜର ଜଳାଉଥିଲେ ସାବଧାନ, ଜାଣିଛନ୍ତି କି ଏହା କେତେ ସୁରକ୍ଷିତ ?

ମସ୍କିଟୋ ଭେପୋରାଇଜର୍ ମଶାମାନଙ୍କୁ ମାରିବା ପାଇଁ ଏବଂ ମଶାଙ୍କୁ ଦୂରେଇ ରଖିବା ପାଇଁ ବ୍ୟବହାର କରାଯାଏ, କିନ୍ତୁ ଯଦି ରାତିସାରା ଏହାକୁ ବ୍ୟବହାର କରାଯାଏ ତେବେ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । ତେବେ ଭେପୋରାଇଜରରେ ଅନେକ ପ୍ରକାରର କେମିକାଲ୍ସ ଥାଏ, ଯେପରିକି ପ୍ରଲେଥ୍ରିନ୍ ଏବଂ ଏଲେଥ୍ରିନ୍, ଯାହା କୀଟମାନଙ୍କୁ ମାରିବାରେ ସାହାଯ୍ୟ କରେ ।

କିନ୍ତୁ ଏହି କେମିକାଲ୍ସର ସଂସ୍ପର୍ଶରେ ସବୁବେଳେ ରହିଲେ ଏହା ଆମ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ ।

ଭେପୋରାଇଜର୍ କେମିକାଲ୍ସର ଧୂଆଁ ଶରୀର ଭିତରକୁ ପ୍ରବେଶ କଲେ ଆମ ସ୍ବାସ୍ଥ୍ୟ ଖରାପ ହେବ । ଖାସ କରି ଏହି ଧୂଆଁ ଆମ ଫୁସଫୁସକୁ ପ୍ରଭାବିତ କରିଥାଏ । ଶିଶୁ, ବୃଦ୍ଧ ଏବଂ ଆସ୍ଥମା କିମ୍ବା ଅନ୍ୟାନ୍ୟ ଶ୍ୱାସକ୍ରିୟାରେ ପୀଡିତ ଲୋକମାନଙ୍କ ପାଇଁ ଏହା କ୍ଷତିକାରକ ।

ଯଦି ଦୀର୍ଘ ସମୟ ଧରି ମସ୍କିଟୋ ଭେପୋରାଇଜର୍ ବ୍ୟବହାର କରୁଛନ୍ତି ତେବେ ଏହାର ସଂସ୍ପର୍ଶରେ ଆସିବା ଦ୍ୱାରା ଆଖି ଏବଂ ତ୍ବଚା ଜଳିବା ଆରମ୍ଭ ହୋଇପାରେ । ଯଦି ଆପଣଙ୍କ ସହିତ ଏମିତି କିଛି ଘଟୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ମସ୍କିଟୋ ଭେପୋରାଇଜର୍ ବ୍ୟବହାର କରିବା ବନ୍ଦ କରନ୍ତୁ ।

ଏହାକୁ କିପରି ବ୍ୟବହାର କରିବେ?

ଏକ ଭେଣ୍ଟିଲେଟେଡ୍ ଅଞ୍ଚଳରେ ଭେପୋରାଇଜରକୁ ବ୍ୟବହାର କରନ୍ତୁ, ଯାହାଫଳରେ ଘର ଭିତରେ କେମିକାଲ୍ସ ଜମା ହେବନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଭେପୋରାଇଜରକୁ ଜଳାନ୍ତୁ ନାହିଁ । ଶୋଇବା ପୂର୍ବରୁ ଏହାକୁ ବନ୍ଦ କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ । ଯଦି ଆପଣଙ୍କର କିମ୍ବା ଆପଣଙ୍କ ଘରର କୌଣସି ସଦସ୍ୟଙ୍କର ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଅଛି, ତେବେ ଏହାର ବ୍ୟବହାରକୁ ସୀମିତ କରନ୍ତୁ । ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ମଶାଙ୍କ ଠାରୁ ବଞ୍ଚି ପାରିବେ । ଯେପରିକି ଆପଣ ମଶାରୀ ଏବଂ ନିମତେଲକୁ ବ୍ୟବହାର କରିପାରିବେ । ଏସବୁ ବ୍ୟବହାର କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button