ପୃଥିବୀ ଉପରକୁ ମାଡି ଆସୁଛି ବଡ଼ ବିପଦ, ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି ଏହି ସବୁ ସହର, ବର୍ଷକୁ ଚାଲିଯିବା ଅଢେଇ ଲକ୍ଷ ଜୀବନ
ବର୍ତ୍ତମାନ ସମୟରେ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଏପରି ଭାବରେ ଦେଖା ଯାଉଛି ଯାହାଦ୍ୱାରା ଅନେକ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ ତାପନ । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବିଶ୍ୱ ତାପନ ହେବାର କାରଣ କଣ ଅଟେ । ସାଧରଣତଃ ପୃଥିବୀ ର ତାପମାତ୍ରା ବୃଦ୍ଧି ପାଉଛି । କାରଣ ସୂର୍ଯ୍ୟ ଙ୍କ ଠାରୁ ଆସୁଥିବା କିରଣ ରାତି ସମୟରେ ସମ୍ପୂର୍ଣ୍ଣ ଭାବରେ ବିକିରଣ ହୋଇ ପାରୁ ନାହିଁ । କାରଣ ଅନେକ ଦୂଷିତ ଗ୍ୟାସ ପୃଥିବୀ ଉପରେ ଏକ ଆବରଣ ସୃଷ୍ଟି କରିଛି ।
ସୂର୍ଯ୍ୟ କିରଣ ବିକିରିତ ନହେବା କାରଣରୁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି । ଏହି କାରଣରୁ ହିମବାହ ତରଳୁଛି ଯାହାର ପ୍ରଭାବ ପୃଥିବୀ ଉପରେ ଆଗାମୀ ସମୟରେ ପଡ଼ିବ । ହିମବାହ ତରଳିବା କାରଣରୁ ସମୁଦ୍ର ପତନ ଆଗାମୀ ସମୟରେ ବୃଦ୍ଧି ହେବ । ଯେଉଁ କାରଣରୁ ସମୁଦ୍ର ଉପକୂଳ ଅଞ୍ଚଳ ଏବଂ ବଡ଼ ବଡ଼ ସହର ସମୁଦ୍ର ମଧ୍ୟରେ ଲୀନ ହୋଇଯିବ ।
ଆଜିକାଲି ଲୋକେ ସାଧରଣତଃ ନିଜର କାମ କରିବା ପାଇଁ ଜିବାଶ୍ମ ଇନ୍ଧନର ବ୍ୟବହାର କରୁଛନ୍ତି । ଯେଉଁଥିରୁ ଅଧିକ ମାତ୍ରାରେ କାର୍ବନ ମନୋକସାଇଡ଼ ନିର୍ଗତ ହେଉଛି । ଏହି ଗ୍ୟାସ ପୃଥିବୀ ଉପରେ ଥିବା ଗ୍ୟାସ ସ୍ତର ରେ ଛିଦ୍ର ସୃଷ୍ଟି କରୁଛି । ପୁଣି କଳକାରଖାନାରେ ଅନେକ ପ୍ରକାରର ଦୂଷିତ ଗ୍ୟାସ ନିର୍ଗତ ହେଉଛି । ଏହି କାରଣରୁ ପରିବେଶ ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ଜଳବାୟୁ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ୁଛି ।
ବର୍ତ୍ତମାନ ସମୟରେ ୠତୁ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଠିକ ଭାବରେ ହେଉ ନାହିଁ । ଗ୍ରୀଷ୍ମ ଦିନେ ଅଧିକ ଗରମ ଏବଂ ବର୍ଷା ଦିନରେ ମଧ୍ୟ ଅଧିକ ଗରମ ଏବଂ କମ ବର୍ଷା ଅନୁଭୂତ ହେଉଛି । ତେଣୁ ବୈଜ୍ଞାନିକ ମାନେ କହିଛନ୍ତି ଯେ ଆଗାମୀ ସମୟରେ ପୃଥିବୀର ତାପମାତ୍ରା ଅଧିକ ବୃଦ୍ଧି ହୋଇପାରେ । ବର୍ତ୍ତମାନ କଥା କହିବାକୁ ଗଲେ ପୃଥିବୀର ତାପମାତ୍ରା ୧° ବୃଦ୍ଧି ହୋଇଛି । ବୈଜ୍ଞାନିକ ମାନେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୫୦ ସୁଦ୍ଧା ସମୁଦ୍ର ଉପକୂଳ ର ଅନେକ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ବର୍ତ୍ତମାନ ସମୟରେ ହିମବାହ ତରଳିବା କାରଣରୁ ଜକର୍ତ୍ତା ସହର ପାଣିରେ ବୁଡ଼ି ଯାଇଥିବା କଥା ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ ।
ଭାରତର ଅନେକ ରାଜ୍ୟ ଜଳ ପ୍ଲାବନ ର ଶିକାର ହେବାକୁ ଯାଉଛି । ସମୁଦ୍ର ଜଳ ବୃଦ୍ଧି ପାଇବା ଯୋଗୁଁ ମଧୁର ଜଳ ଦୂଷିତ ହେବ । ଲୋକେ ରୋଗାକ୍ରାନ୍ତ ଅଧିକ ମାତ୍ରାରେ ହେବେ । ଏମିତିରେ କହିବାକୁ ଗଲେ ବର୍ତ୍ତମାନ ସମୟରେ ମହାମାରୀ ଲୋକଙ୍କୁ ବେଶ ପ୍ରଭାବିତ କରୁଛି । ପାଣି ପାଇଁ ଲୋକେ ମୃତ୍ୟୁ ବରଣ କରିବେ ଏବଂ ମରୁଡ଼ି ସମସ୍ୟା ମଧ୍ୟ ଦେଖା ଦେବ ।