ଦେଶ ବିଦେଶ

ଆପଣଙ୍କଠାରୁ ଅଧିକ ରୋଜଗାର କରୁଛନ୍ତି କି ପତ୍ନୀ, ଏଭଳି ଭାବେ କରନ୍ତୁ ଫ୍ୟାମିଲି ମ୍ୟାନେଜମେଣ୍ଟ

ଆଜିକାଲିର ମହିଳା ଆଉ ଆଗ ଭଳି ଘରକୋଣରେ ରହିବାକୁ ପସନ୍ଦ କରୁନାହାନ୍ତି। ଉଚ୍ଚ ଚିନ୍ତାଧାରା ଓ ଆଗକୁ ବଢ଼ିବାର ମନୋବୃତ୍ତି ନେଇ ଆଜିର ନାରୀ ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଆଗକୁ ବଢ଼ୁଛନ୍ତି। ବର୍ତ୍ତମାନ ସ୍ତ୍ରୀମାନେ ପୁରୁଷଙ୍କଠାରୁ କେଉଁ ଗୁଣରେ କମ୍‌ ନୁହଁନ୍ତି। ମହିଳାଙ୍କ ନେତୃତ୍ୱରେ ଏବେ ଦେଶ ଆଗକୁ ବଢ଼ୁଛି। ତେବେ ବର୍ତ୍ତମାନ ମଧ୍ୟ କେତେକ ଲୋକ ଅଛନ୍ତି ଯେଉଁମାନଙ୍କ ଚିନ୍ତାଧାରା ପୂର୍ବଭଳି ରହିଛି। ସେମାନେ ମହିଳା ଘରୁ ଗୋଡ଼ କାଢ଼ି ବାହାରକୁ ଯାଇ ରୋଜଗାର କରିବାକୁ ପସନ୍ଦ କରିପାରନ୍ତି ନାହିଁ। ଆଉ ଯଦି ପତ୍ନୀଙ୍କ ରୋଜଗାର ସେମାନଙ୍କ ଠାରୁ ଅଧିକ ହେଲା ତେବେ ତ କଥା ସରିଲା। ଘରେ ରୀତିମତ ଝଗଡ଼ା କଳିତକରାଳ ହେବା ଏକ ପ୍ରକାର ଅନିବାର୍ଯ୍ୟ। ତେବେ ଯଦି ଆପଣ ମଧ୍ୟ ଏଭଳି ଚିନ୍ତାଧାରା ରଖୁଛନ୍ତି ତ ନିଜ ଚିନ୍ତାଧାରା ବଦଳାନ୍ତୁ। ନିଜକୁ ଛୋଟ ବା ହୀନ ଭାବିବା ପରିବର୍ତ୍ତେ ଭାଗ୍ୟବାନ ମନେ କରନ୍ତୁ। ଆସନ୍ତୁ ଜାଣିବା ପତ୍ନୀ ଚାକିରି କରିଥିଲେ ସ୍ୱାମୀ କିପରି ଲକି ହୋଇଥାଏ…ଟେନ୍‌ସନ୍‌ରୁ ମୁକ୍ତି:

ଯଦି ଆପଣ ସ୍ତ୍ରୀଙ୍କ ଠାରୁ ଅଧିକ ରୋଜଗାର କରୁଥିବେ ତେବେ ପରିବାରର ସମସ୍ତ ବୋଝ ଆପଣଙ୍କ ମୁଣ୍ଡ ଉପରେ ରହିବ। ଫଳରେ ଅଫିସରେ ଆପଣ ବସ୍‌ଙ୍କ ସବୁ କଥା ମାନିବାକୁ ବାଧ୍ୟ। ମାତ୍ର ଯଦି ପତ୍ନୀ ଅଧିକ ରୋଜଗାର କରୁଥାନ୍ତି, ତେବେ ଆପଣ ବସ୍‌ଙ୍କୁ କାମ ପାଇଁ ମନା କରିପାରିବେ। କାରଣ ଆପଣଙ୍କୁ ଦରମା କଟିବା ଟେନ୍‌ସନ୍‌ ନଥିବ।

୨.ସ୍ୱପ୍ନ ପୂରଣ କରିବାକୁ ମିଳେ ମଉକା:

ନିଜ ରୋଜଗାରରେ ଜଣେ ସାଧାରଣତଃ ନିଜ ସବୁ ସ୍ୱପ୍ନ ପୂରା କରିପାରିନଥାଏ। ଏଭଳିସ୍ଥିତିରେ ଯଦି ପତ୍ନୀ ଅଧିକ ରୋଜଗାର କରୁଛନ୍ତି ତେବେ ଆପଣ ସେ ସମସ୍ତ ସ୍ୱପ୍ନକୁ ପୂରଣ କରିପାରିବେ ଯାହା ଅଧୁରା ଅଛି। ଆପଣ ଚାହିଁଲେ ଚାକିରି ଛାଡ଼ି କିଛି ପଢ଼ାପଢ଼ି ମଧ୍ୟ କରିପାରିବେ।

୩.ଇଚ୍ଛା ମୁତାବକ ଚାକିରି:

ପରିବାର ଚଳାଇବା ଚକ୍କରରେ ପୁଅମାନେ ଖୁବ୍‌ କମ୍‌ ବୟସରୁ ଚାକିରି କରିଥାନ୍ତି। ଚାକିରିଟି ତାଙ୍କୁ ପସନ୍ଦ ନଥିଲେ ମଧ୍ୟ ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କୁ କାମ କରିବାକୁ ପଡ଼ିଥାଏ। କିନ୍ତୁ ଯଦି ପତ୍ନୀ ଚାକିରି କରିଥାନ୍ତି, ତେବେ ଆପଣ ସେ ଚାକିରି ଛାଡ଼ି ନିଜ ପସନ୍ଦ ମୁତାବକ କିଛି ଚାକିରି କରିପାରିବେ। ନୂଆ ଚାକିରି ମିଳିବା ପର୍ଯ୍ୟନ୍ତ ଆପଣଙ୍କ ଆର୍ଥିକ ସମସ୍ୟା ରହିବନାହିଁ।

୪.ଟଙ୍କାଠୁ ଊର୍ଦ୍ଧ୍ୱରେ ସମ୍ପର୍କକୁ ରଖନ୍ତୁ:

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଜଗାର ଯାହାର ଯେତେ ବି ହୋଇଥାଉ ନା କାହିଁକି ଟଙ୍କାଠାରୁ ଊର୍ଦ୍ଧ୍ୱରେ ସମ୍ପର୍କକୁ ରଖିବା ଶିଖନ୍ତୁ। ଯଦି ପତ୍ନୀ ଅଧିକ ରୋଜଗାର କରୁଛନ୍ତିି ତେବେ ସେ ସ୍ୱାମୀଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ। ସ୍ୱାମୀମାନେ ମଧ୍ୟ ରୋଜଗାରିଆ ସ୍ତ୍ରୀକୁ ଅର୍ଥ ପାଇଁ ନୁହଁ ବରଂ ନିଜ ସ୍ତ୍ରୀ ଭାବେ ଭଲ ପାଆନ୍ତୁ। ଏହାଦ୍ୱାରା ପରିବାର ରୂପକ ଡଙ୍ଗା ସୁରୁଖୁରୁରେ ଚାଲିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button