ଦେଶ ବିଦେଶ

ମା’କୁ ହତ୍ୟା କରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କଲା ପୁଅ, ଲେଖିଲା- Sorry Mom

ପୁଅ ପାଲଟିଲା ପିଶାଚ। ଭୁଲିଗଲା ପେଟ କାଟି ଜନ୍ମ କରିଥିବା ମା’କୁ। ତଣ୍ଟି ଚିପି କଲା ମା’ର ହତ୍ୟା। କେବଳ ସେତିକି ନୁହେଁ ମା’କୁ ମାରିବା ପରେ ସୋଶାଲ ମିଡିଆରେ ଫଟୋ ମଧ୍ୟ ପୋଷ୍ଟ କଲା। ଆଉ ଲେଖିଲା ‘Sorry mom, i killed you, I miss you Om shanti’। ଗୁଜରାଟର ରାଜକୋଟରେ ଘଟିଛି ଏଭଳି କିଛି ହତ୍ୟାକାଣ୍ଡ।

ଗୁଜରାଟ ରାଜକୋଟର ୟୁନିର୍ଭସିଟି ରୋଡ୍। ଏଠାକାର ଜଣେ ୨୧ ବର୍ଷୀୟ ପୁଅ ନିଜ ମା’ର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମା’କୁ ହତ୍ୟା କରିବା ପରେ ସେ ଖୋଦ୍ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଏନେଇ ସୂଚନା ଦେଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ୪୮ ବର୍ଷିୟ ଜ୍ୟୋତିବେନ ଗୋସାଇଁ ଦୀର୍ଘ ଦିନ ଧରି ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଏହି କାରଣରୁ ସେମାନଙ୍କ ଘରେ ପ୍ରତିଦିନ ଝଗଡ଼ା ହେଉଥିଲା। ଏଥିରେ ପୁଅ ବିରକ୍ତ ହୋଇ ନିଜ ମା’କୁ ପ୍ରଥମେ ଛୁରୀରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲ। ଏହାପରେ ତା’ଙ୍କର ଗଳା ଚିପି ହତ୍ୟା କରିଥିଲା। ଏହା ପରେ ସେ ଇନଷ୍ଟାଗ୍ରାମରେ ନିଜ ମା ସହିତ ଏକ ଫଟୋ ପୋଷ୍ଟ କରିଥିଲେ। ଆଉ ଏଥିରେ ‘Sorry mom, i killed you, I miss you Om shanti’ ବୋଲି ଲେଖିଥିଲା।

ପରେ ପୁଲିସକୁ ସେ ଏନେଇ ଫୋନ୍ କରି ସୂଚନା ଦେଇଥିଲା। ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ପଚରାଉଚରା କରାଯାଉଛି। ସେପଟେ ମୃତଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି ପୁଲିସ। ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button