ସ୍ୱାସ୍ଥ୍ୟ

ଗଙ୍ଗଶିଉଳି ଗଛର ବିଭିନ୍ନ ଅଂଶକୁ ବ୍ୟବହାର କରି ନିରୋଗ ରହିବା ପାଇଁ ଆପଣାନ୍ତୁ ଆମର ଏହି ଘରୋଇ ଉପାୟ !

ଆମ ଓଡିଆ ଘର ପ୍ରତ୍ଯେକ ଘରର ବାଡି ବଗିଚାରେ ପ୍ରାୟତଃ ଗଙ୍ଗ ଶିଉଳି ଗଛ ଦେଖିବାକୁ ମିଳିଥାଏ । ଏହି ଗଛର ଫୁଲ କୁ ଧଳା ରଙ୍ଗର ହେବା ସହ ଏହାର ନାଦ କମଳା ରଙ୍ଗର ହୋଇଥାଏ । ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହେବା ସହ ଏହାର ବାସ୍ନା ମଧ୍ୟ ଅତ୍ୟନ୍ତ ମନୋମହକ ହୋଇଥାଏ । ଏହି ଫୁଲ ରାତିରେ ଫୁଟି ସକାଳେ ଗଛ ରୁ ଝଡି ଯାଇଥାଏ । କିନ୍ତୁ ଏହି ଫୁଲ କୁ ପୂଜା ରେ ମଧ୍ୟ ବ୍ୟବହାର କରାଯାଏ ।

 

ଶାସ୍ତ୍ର ଅନୁସାରେ ଏହି ଫୁଲ କୁ ଅତ୍ୟନ୍ତ ଶୁଭ ବୋଲି ମଧ୍ୟ କୁହାଯାଇଥାଏ । ଯେଉଁ ଘରେ ଏହି ଗଛ ଥାଏ ସେହି ଘରେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ସବୁବେଳେ ଲାଗି ରହିଥାଏ । ତାହାଛଡା ପୂରାଣ ଅନୁସାରେ ଏହି ଗଛ ଟି ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରି ଥିଲା । ଏହାର ନାମ ପାରିଜାତ ବୃକ୍ଷ ବୋଲି ମଧ୍ୟ କୁହାଯାଇ ଥାଏ । ଏହା ସ୍ଵର୍ଗ ର ଇନ୍ଦ୍ର ଲୋକ ରେ ଥିଲା ।

ଦେବୀ ସତ୍ୟଭାମା ଙ୍କର ଇଛା ଅନୁସାରେ ଦ୍ଵାପର ଯୁଗରେ ଭଗବାନ ଶ୍ରୀ କୃଷ୍ଣ ଏହି ଗଛ କୁ ସ୍ଵର୍ଗରୁ ଭୂମଣ୍ଡଳ କୁ ନେଇ ଆସିଥିଲେ । ବନ୍ଧୁଗଣ ଆୟୁର୍ବେଦ ବିଜ୍ଞାନ ଅନୁସାରେ ଏହି ଗଛ ରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଅଛି । ବଡ ରୁ ବଡ ଥଣ୍ଡା କାଶ ଜ୍ଵର ଆଦି ରୁ ଏହି ଗଙ୍ଗଶିଉଳି ର ପତ୍ର ଆମକୁ ରକ୍ଷା କରି ଦେଇଥାଏ ।

 

ବନ୍ଧୁଗଣ ଗଙ୍ଗଶିଉଳି ପତ୍ର ରେ ଆଣ୍ଟି ବ୍ୟକ୍ଟେରିଆଲ ଗୁଣ ରହିଛି । ଯାହା ଶରୀର ପାଇଁ ଅଧିକ ଉପକାରୀ । ଗଙ୍ଗଶିଉଳି ପତ୍ର ଦ୍ଵାରା ଆପଣ ମାନେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଆପଣ ଗଙ୍ଗଶିଉଳି ଗଛ ରୁ ଗଡ ସବୁଜ ରଙ୍ଗର ପତ୍ର ଦେଖି ୧୦ ରୁ ୧୫ ତା ନେଇ ତାହାକୁ ଭଲ ଭାବରେ ଛେଚି ଏକ ଲିଟର ପାଣିରେ ମିଶାଇ ଫୁଟାଇ ୨୦୦ ଗ୍ରାମ କରି ନିଅନ୍ତୁ ।

ଏହା ପରେ ଏହାକୁ ଖାଇ ନିଅନ୍ତୁ । ଅଧିକ ଦିନରୁ ଲାଗି ରହିଥିବା ଜ୍ଵର ମଧ୍ୟ ଏହି ଗଙ୍ଗଶିଉଳି ପତ୍ର ର ସେବନ ଦ୍ଵାରା ଛାଡି ଯାଇଥାଏ । ତାହାସହ ଶୁଖିଲା ଆକାଶ ନ୍ବା ଶ୍ଵାସ ଭଳି ଯଦି କୌଣସି କିଛି ସମସ୍ଯା ରହିଛି, ତେବେ ମଧ୍ୟ ଏହି ଗଙ୍ଗଶିଉଳି ପତ୍ର ର ସେବନ ସକାଳେ କିଛି ଦିନ ଧରି ଖାଲି ପେଟ ରେ ସେବନ କରିବା ଦ୍ଵାର ତାହା ଭଲ ହୋଇ ଯାଇଥାଏ । ବନ୍ଧୁଗଣ ଆଜିର ସମୟ ରେ ଆମ ମାନଙ୍କର ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି, କି ଯାହା କାରଣ ରୁ ପ୍ରାୟତଃ ଏହା ଆମ ପାଇଁ ଭିନ୍ନ ଭିନ୍ନ ରୋଗ ବ୍ୟାଧି କୁ ସୃଷ୍ଟି କରିଥାଏ ।

 

ସେହି ରୋଗ ମାନଙ୍କ ମଧ୍ୟ ଅର୍ଶ ଏକ ଏଭଳି ରୋଗ ଯାହାକି ଆଜିର ସମୟ ରେ ପ୍ରାୟତଃ ଅଧିକ ରୁ ଅଧିକ ଲୋକ ମାନଙ୍କ ଠାରେ ହେବାର ଦେଖା ଦେଉଛି ଏପରି ରେ ଅର୍ଶ ରୋଗୀ ମାନେ ଯଦି ଗଙ୍ଗଶିଉଳି ଗଛର ମଞ୍ଜି କୁ ଗୁଣ୍ଡ କରି ଉଷୁମ ପାଣିରେ ମିଶାଇ ସକଲୁ ଖାଲି ପେଟ ରେ ଏହାର ସେନବାନ କରନ୍ତି, ତେବେ ସେମାନେ ଖୁବ ଶୀଘ୍ର ଅର୍ଶ କଷ୍ଟ ରୁ ମୁକ୍ତି ପାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button