ଓଡିଶା

ଚଳନ୍ତା ଡାଲି ଗାଡ଼ିରେ ଅଗ୍ନିକାଣ୍ଡ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ନିଆଳି ୨୪/୦୯: ଡାଲି ବୋଝେଇ ଟ୍ରକରେ ଲାଗିଲା ନିଆଁ। ପୋଡି ଗଲା ଲକ୍ଷାଧିକ ଟଙ୍କାର ଡାଲି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଉଦ୍ଧାର କଲା ପୋଲିସ୍ ଓ ଅଗ୍ନିସେବା ବାହିନୀ ।

ସୂଚନା ଅନୁଯାୟୀ, ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ଆମେଣାକୁଦ ଛକରେ ଏକ ଡାଲି ବୋଝେଇ ଟ୍ରକ OD 34 P 3647 ରେ ହଠାତ୍ ନିଆଁ ଲାଗିଯାଇଥିଲା।

ଏହି ଟ୍ରକଟି କଟକରୁ ନୂଆହାଟ ଅଭିମୁଖେ ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ଡାଲି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ବେଗ ଏତେ ଅଧିକ ରହିଥିଲା ଯେ ସକାଳ ପାଞ୍ଚଟାରୁ ସାତଟା ପର୍ଯ୍ୟନ୍ତ ଅଡଶପୁର ଓ ନିଆଳିର ଦୁଇଟି ଦମକଳ ବାହିନୀକୁ ନିଆଁକୁ ଆୟତ କରିବାକୁ ଦୁଇ ଘଣ୍ଟା ସମୟ ଲାଗିଥିଲା। ଫୁଲନଖରା ନିଆଳି ଉଭୟ ପଟେରେ ଶହ ଶହ ଗାଡି ଅଟକି ରହିଥିଲା । ସ୍ଥାନୀୟ ଲୋକମାନେ, ପୋଲିସ୍ ଓ ଅଗ୍ନିସେବା ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କରିଥିଲେ। ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବିରାଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button