ଓଡିଶା

ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ: ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ

ଭୁବନେଶ୍ବର: ବାର୍ଡ ଫ୍ଲୁ ନେଇ ପିପିଲି ଅଞ୍ଚଳରେ ୩୦ ହଜାର କୁକୁଡା ମରାଯାଇଛି। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ୍ ଓ ସାନିଟାଇଜ୍ ପାଇଁ ୧୦ଟି ଟିମ୍ ଲାଗିଛି ବୋଲି ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସରକାର ନିଷ୍ପତି ନେଇଛନ୍ତି।

ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି।

ଟଙ୍କା ଦେବାର ବ୍ୟବସ୍ଥା ରହିଛି। ବାର୍ଡ ଫ୍ଲୁ ଯେପରି ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ । ସେଥିପାଇଁ ବିଭାଗ ସଚେତନ ରହିଛି। ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି। ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button