ଦେଶ ବିଦେଶ

ସଙ୍ଗମ ପାଣି କେତେ ସୁଦ୍ଧ? ଆସିଲା ସିପିସିବି ରିପୋର୍ଟ

ପ୍ରୟାଗରାଜ: ମହାକୁମ୍ଭରେ ଜମିଛି ଭକ୍ତଙ୍କ ଭିଡ଼। ଏପର୍ଯ୍ୟନ୍ତ ଦେଶ ଏବଂ ବିଶ୍ୱର ୫୯ କୋଟି ୩୧ ଲକ୍ଷ ଲୋକ ସଙ୍ଗମରେ ପବିତ୍ର ବୁଡ଼ ପକାଇ ସାରିଲେଣି। ଆଶା କରାଯାଉଛି ଆଜି ସନ୍ଧ୍ୟାରେ କିମ୍ବା ଆସନ୍ତାକାଲି ସୁଦ୍ଧା ଏହି ସଂଖ୍ୟା ୬୦ କୋଟି ଅତିକ୍ରମ କରିବ।

ଗୋଟିଏ ପଟେ ପ୍ରୟାଗରାଜରେ ଭକ୍ତଙ୍କ ପ୍ରବଳ ଭିଡ଼ ହେଉଛି ଏବଂ ଅନ୍ୟପଟେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ସଭିଙ୍କୁ ଚକିତ କରିଛି।

ସିପିସିବିର ଏହି ‌ରିପୋର୍ଟରେ ସଙ୍ଗମର ପାଣିକୁ ପ୍ରଦୂଷିତ ଏବଂ ଗାଧୋଇବା କିମ୍ବା ପିଇବା ପାଇଁ ଅନୁପଯୁକ୍ତ ଘୋଷଣା କରାଯାଇଛି। ପାଣିରେ ଫେକାଲ୍ କୋଲିଫର୍ମର ପରିମାଣ ଅଧିକ ଥିବା ରିପୋର୍ଟ କରାଯାଇଛି।

ରିପୋର୍ଟ ଆସିବା ପରେ, ବିରୋଧୀ ଦଳ ଲଗାତାର ୟୁପିର ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତଥାପି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଙ୍ଗମର ପାଣିକୁ ସ୍ନାନ ଏବଂ ପାନୀୟ ପାଇଁ ବ୍ୟବହାର କରିବାକୁ ସୁପାରିସ କରିଛନ୍ତି। ଏହି ସବୁ ଯୁକ୍ତି ତର୍କ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏହା ଜାଣିବା କଷ୍ଟକର ହୋଇପଡୁଛି ଯେ ବାସ୍ତବରେ ଏହି ପାଣି ସୁଦ୍ଧା ନା ଅସୁଦ୍ଧ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button