ଦେଶ ବିଦେଶ

କେଉଁ ଖରାପ ଅଭ୍ୟାସ କାରଣରୁ ଆମର ମସ୍ତିଷ୍କ କମଜୋର ହୋଇଯାଏ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ସମସ୍ତେ ନିଜର ମସ୍ତିଷ୍କକୁ ତେଜ କରିବାକୁ ଚାହାନ୍ତି । କିନ୍ତୁ କିଛି ଲୋକ ନିଜର ଦୈନିକ ଜୀବନରେ କିଛି ଏହିଭଳି ଭୁଲ କରି ଦିଅନ୍ତି ଯାହା ଦ୍ଵାରା ଦିନକୁ ଦିନ ସେମାନଙ୍କ ମସ୍ତିଷ୍କ ପୂର୍ବ ଅପେକ୍ଷା ଆହୁରି ଅଧିକ କମଜୋର ହୋଇଯାଏ ଓ ସେମାନେ ଛୋଟ ଛୋଟ କଥାକୁ ବହୁତ ଜଲ୍ଦି ଭୁଲି ଯାଆନ୍ତି । ଏହା ସହିତ ତାଙ୍କର ସ୍ଵଭାବରେ ବି ଚିଡଚିଡାପଣ ଆସିଯାଏ । ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ୫ଟି କଥା ବିଷୟରେ ଯେଉଁ କାରଣରୁ ମସ୍ତିଷ୍କ କମଜୋର ହୋଇଯାଏ ।

୧. ଅଧିକ ରାତି ପର୍ଯ୍ୟନ୍ତ ଚାହିଁବା :

କିଛି ଲୋକମାନେ ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ କିମ୍ବା ଲ୍ୟାପଟପ ବ୍ୟବହାର କରନ୍ତି । ଯାହା ଦ୍ଵାରା ସେମାନଙ୍କ ମସ୍ତିଷ୍କ ଉପରେ ଏହି ଜିନିଷ ଗୁଡିକର ଅଧିକ ପ୍ରଭାବ ପଡିଥାଏ ଓ ଧୀରେ ଧୀରେ ସେମାନଙ୍କ ମସ୍ତିଷ୍କ କମଜୋର ହେବାକୁ ଲାଗିଥାଏ ।

 

୨. ଧୂମ୍ରପାନ :

ଧୂମ୍ରପାନ କରୁଥିବା ଲୋକମାନଙ୍କ ବୁଦ୍ଧି ବି ଧୀରେ ଧୀରେ କମଜୋର ହେବାକୁ ଲାଗିଥାଏ । ଏହା ଛଡା ଯେଉଁ ଲୋକମାନେ କୌଣସି ପ୍ରକାରର ନିଶା କରନ୍ତି, ତାଙ୍କର ମସ୍ତିଷ୍କ ବି ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କମଜୋର ହୋଇଯାଏ ।

୩. ପର୍ଯ୍ୟାପ୍ତ ନିଦ ନ ନେବା :

ଯେଉଁ ଲୋକମାନେ ପ୍ରତିଦିନ ୬ ଘଣ୍ଟା ରୁ ୮ ଘଣ୍ଟା ନିଦ ନିଅନ୍ତି ନାହିଁ ତାଙ୍କର ବି ମସ୍ତିଷ୍କ ଅନ୍ୟ ଲୋକମାନଙ୍କ ଅପେକ୍ଷା କମଜୋର ହେବାକୁ ଲାଗିଥାଏ । ସେଥିପାଇଁ ସମସ୍ତଙ୍କୁ ପ୍ରତିଦିନ ନିଜର ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଭଲ ନିଦ ନେବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button