ଓଡିଶା

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ଚଢ଼ାଉରେ ୮ ଜଣ ଡିଏସିପି, ୩ଜଣ ଇନ୍ସପେକ୍ଟର,୧୦ ଜଣ ଏଏସ୍‌ଆଇ ସମେତ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି।

ରମେଶଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୋଠପାଟଣା ଥିବା ୩ମହଲା ବିଶିଷ୍ଟ କୋଠା, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର, ୟୁନିଟ ୨ରେ ଥିବା ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଟାଙ୍ଗିରେ ଥିବା ସମ୍ପର୍କୀୟ ଘର ଓ ଅଫିସ୍ ଚାମ୍ବରର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button