ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଙ୍କ 2023 ବିଶ୍ଵକପ କୁ ନେଇ ବଡ ଭବିଷ୍ୟବାଣୀ
କ୍ରିକେଟ ର ଭଗବାନଙ୍କ ଭବିଷ୍ୟବାଣୀ ହୋଇଛି । ବିଶ୍ବକପ ସେମି ଫାଇନାଲ ଖେଳିବ କେଉଁ ଟିମ ? ହଁ ଦର୍ଶକ ବନ୍ଧୁ ଆରମ୍ଭ ହୋଇଛି ବିଶ୍ଵକପ । ଟାଇଟେଲ ପାଇଁ ମଇଦାନ କୁ ଓଲହାଇଛନ୍ତି ବିଶ୍ଵ ର ବଛା ବଛା 10ଟି ଟିମ । ଚଳିତ ବିଶ୍ଵକପ ବେଶ ରୋମାଞ୍ଚକର ହେବ ବୋଲି କ୍ରିକେଟ ପ୍ରେମୀ ମାନେ ଆଶା ବାନ୍ଧି ବାଛନ୍ତି । ଭାରତରେ ବିଶ୍ଵକପ ଖେଳ ଯାଉ ଥିବାରୁ ଚଳିତ ଥର ଟିମ ଇଣ୍ଡିଆ ଟାଇଟେଲ ଦାବିଦାର ରହିଛି ।
ଏ ସବୁ ମଧ୍ୟରେ କ୍ରୀକତର ଭଗବାନ ଯାହାଙ୍କୁ ମାନାଯାଏ ସଚିନ ତେନ୍ଦୁଲକର ଟପ-4 ଟିମ କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ଏକ ସାକ୍ଷାତକାର ରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ବିଶ୍ଵକପ କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । 10 ଟି ଟିମ ମଧ୍ୟରୁ ସଚିନ ନିଜ ମନ ପସନ୍ଦର 4ଟି ଟିମ ବାଛିଛନ୍ତି । ଯେଉଁ ମାନଙ୍କୁ ସେମି ଫାଇନାଲ ର ପ୍ରବଳ ଦାବିଦାର ବୋଲି ସେ କହିଛନ୍ତି ।
ତେବେ ସଚିନ ଙ୍କ ଏହି ଆକଳନ ପାକିସ୍ତାନ ପାଇଁ ଖୁସି ଖବର ଆଣି ଦେଇ ନାହିଁ । କାରଣ ସଚିନ ବାଛିଥିବା 4ଟି ଟିମ ମଧ୍ୟରେ ପାକିସ୍ତାନ ର ସ୍ଥାନ ନାହିଁ । ସଚିନଙ୍କ ଅନୁଯାୟୀ ଇଂଲଣ୍ଡ, ଭାରତ, ଅଷ୍ଟ୍ରେଲିୟା, ନିୟୁଜଲ୍ୟାଣ୍ଡ ବିଶ୍ଵକପ ସେମି ଫାଇନାଲ ଖେଳିବାକୁ ପ୍ରବଳ ଦାବିଦାର ରହିଛନ୍ତି । ଏହା ପୂର୍ବରୁ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ଏହି 4 ଟିମ କୁ ସେମି ଫାଇନାଲ ରେ ସିଲେକ୍ଟ କରିଛନ୍ତି ।
ଏହା ସହ ସଚିନ କହିଛନ୍ତି 2011 ସଫଳତା ର ପୁନଃରାବୃତ୍ତି କରିବ ଭାରତ । ମୋର ଏହି ଆସା ଅଛି । କାରଣ ଏବେ ଆମ ଟିମ ବେଶ ଭଲ ପ୍ରଦର୍ଶନ କରୁଛି । ଯଦି ଭାରତୀୟ ଟିମ ଏକାଗ୍ରତା ର ସହ ଆଗକୁ ବଢେ ତେବେ ଟିମ ଇଣ୍ଡିଆ ପାଖରେ ଟାଇଟେଲ ହାତେଇବାର ସୁଯୋଗ ରହିଛି । ସଚିନ ଆଗକୁ କହିଛନ୍ତି ଆମ ପାଖରେ ଶକ୍ତିଶାଳୀ ବ୍ୟାଟିଙ୍ଗ ଲାଇନ ଅଫ ରହିଛି ।
ଏହା ଛଡା ଭଲ ଅଲ ରାଉଣ୍ଡର ସହ ଭଲ ବୋଲିଂ ବାହିନୀ ରହିଛି । ସବୁ ବର୍ଗ ରେ ଟିମ ଇଣ୍ଡିଆ ପାଖରେ ବେଶ ଭଲ ଖେଳାଳୀ ରହିଛନ୍ତି । ସେମି ଫାଇନାଲ ରେଶ ରେ ପ୍ରଥମ ଦଳ ଭାବେ ଭାରତକୁ ରଖିଛନ୍ତି ସଚିନ । ସେହିଭଳି ଅଷ୍ଟ୍ରେଲିୟା ମଧ୍ୟ ସେମି ଫାଇନାଲ ଟିକେଟ ହାତେଇବାରେ କୌଣସି ସମସ୍ଯା ରହିବ ନାହିଁ । କାରଣ ଅଷ୍ଟ୍ରେଲିୟା ପାଖରେ ସନ୍ତୁଳିତ ଦଳ ରହିଛି ।
ଇଂଲଣ୍ଡ ଏହି ରେଶ ରେ ତୃତୀୟ ଦଳ ଭ୍ବେ ରହିଛି । ଇଂଲଣ୍ଡ ଚଳିତ ବିଶ୍ଵକପ ରେ ବେଶ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । କାରଣ ଏହି ଦଳରେ ଯୁବ ଓ ଅନୁଭବି ଖେଳାଳି ରହିଛନ୍ତି । ସେହିଭଳି ଚତୁର୍ଥ ଦଳ ଭାବେ ନିୟୁଜଲ୍ୟାଣ୍ଡ ସେମି ଫାଇନାଲ ଟିକେଟ ହାତେଇପାରେ । କାରଣ ନିୟୁଜଲ୍ୟାଣ୍ଡ 2015 ଓ 2019 ରେ ବିଶ୍ଵକପ ଫାଇନାଲ ଖେଳିଛି । ଏହା ଛଡା ICC ଟୁର୍ଣ୍ଣାମେଣ୍ଟ ରେ ନିୟୁଜଲ୍ୟାଣ୍ଡ ରେ ରେକର୍ଡ଼ ଉଚ୍ଚ କୋଟି ର ରହିଛି । ତେଣୁ ଏହି 4 ଟିମ ସେମି ଫାଇନାଲ କୁ ଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।