ବିଚାର

ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ଏହି ଗୋଟିଏ ଛୋଟିଆ କାମ, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହିବ

ବାସ୍ତୁ ବିଜ୍ଞାନ କହିବା ଅନୁସାରେ ପ୍ରତି ବ୍ୟକ୍ତିଙ୍କ ଭାଗ୍ୟ ତା ସହିତ ଯେଉଁ ଘରେ ରହୁଛନ୍ତି ସେ ଘରେ ସୁଖଶାନ୍ତି ନିର୍ଭର କରିଥାଏ । କାରଣ ଘରର ବାସ୍ତୁ ଭଲ ବାତାବରଣ ଭଲ ଶକ୍ତିକୁ ଆକର୍ଷଣ କରି ଲୋକମାନଙ୍କୁ ଶକ୍ତମାନ ଏବଂ ନିରୋଗ୍ୟ ରଖିଥାଏ । ଯାହାଦ୍ୱାରା ପରିବାରରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ବୁଝାମଣା ଓ ସୁଖଶାନ୍ତି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ 5 ଟି ଉପାୟ ବିଷୟରେ ଜଣେଇବୁ ଯାହା ଆପଣଙ୍କ ଖରାପ ସମୟରେ ବା ପଇସାର ଅସୁବିଧା ସମୟରେ ସେଥିରୁ ଆପଣଙ୍କୁ ବାହାର କରି ସର୍ବଦା ଖୁସୀରେ ରଖିବ ।

1. ମୁଖ୍ୟଦ୍ୱାର ରେ ଚାନ୍ଦିର ତାର ପତିଦିଅନ୍ତୁ :-

ଘରର ମୁଖ୍ୟଦ୍ୱାରରେ ଚାନ୍ଦିର ଗୋଟେ ତାର ଗୋଟିଏ ସାଇଡରୁ ଅନ୍ୟ ସାଇଡ୍ ପର୍ଯ୍ୟନ୍ତ ମାଟିରେ ପୋତି ଦିଅନ୍ତୁ । ଯାହାଦ୍ୱାରା ମୁଖ୍ୟଦ୍ୱାରର ଦୋଷ ଦୂର ହୋଇଯାଇଥାଏ , ଆଉ ଘରେ ଭଲ ବାତାବରଣର ପ୍ରବେଶ ହୋଇଥାଏ । ଘରେ କୌଣସି ପ୍ରକାର କଳି ଝଗଡା ଲାଗି ରହୁଥିଲେ ତାହା ମଧ୍ୟ ଦୂର ହେବ ।

2. ମୁଖ୍ୟଦ୍ୱାରରେ ଗଣେଷ , କୁବେର ଫୋଟ ଲଗାନ୍ତୁ :-

ଘରର ମୁଖ୍ୟ ଦ୍ୱାରରେ ଗଣେଷ , କୁବେର କିମ୍ୱା ସସ୍ତିକ ର ଫୋଟ ଲଗାନ୍ତୁ । ଏହାକୁ ଲଗାଇବା ଦ୍ୱାରା ଘରକୁ କୌଣସି ପ୍ରକାର ନକରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ । ପରିବାର ର ସଦସ୍ୟ ମାନେ ସୁଖ ଶାନ୍ତିରେ ଜୀବନ ଯାପନ କରିବେ । ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେବ ନାହିଁ ତେଣୁ ଆପଣ ମାନେ ଘରର ମୁଖ୍ୟ ଦ୍ୱାରରେ ଗଣେଷ ବା କୁବେରଙ୍କ ଫୋଟ ଚିତ୍ର ଅବଶ୍ୟ ଲଗାନ୍ତୁ ।

3. ପୂର୍ବ ଦିଗରେ ଚୁଲି ରଖନ୍ତୁ :-

ପ୍ରତ୍ୟେକ ଘରେ ଚୁଲି ପୂର୍ବ ଦିଗରେ ରହିବା ଶୁଭ ହୋଇଥାଏ , ଯଦି ଚୁଲି ଦକ୍ଷିଣ ଦିଗରେ ରୁହେ ତାହେଲେ ସର୍ବଦା ଘରେ ପଇସାର ଅଭାବ ଲାଗି ରହିଥାଏ । ତେଣୁ ପ୍ରତ୍ୟେକ ଘରର ଗୃହିଣୀ ମାନେ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍ । ସର୍ବଦା ପୂର୍ବ ଦିଗକୁ ଚୁଲି ବା ଗ୍ୟାସ ରଖନ୍ତୁ ।

4. ଧାନ , ମୁଗ, ଗହମ , ସୋରିଷ ମିଶ୍ରଣ କରି ଘରେ ରଖନ୍ତୁ :-

ଧାନ , ମୁଗ , ଗହମ , ସରିଷୋ , ମାଣ୍ଡିଆ ଓ କଳାରାଶିକୁ ମିଶାଇ ଗୋଟିଏ ଭଲ କପଡାରେ ବାନ୍ଧି ଘରର ସବୁ ରୁମ୍ ରେ ରଖନ୍ତୁ । କୁହାଯାଏ ଏହା ଘରର ଅନ୍ନ ଓ ଧନର ଭଣ୍ଡାର ବନି ରଖିବାରେ ସାହାର୍ଯ୍ୟ କରିଥାଏ ।

 

5. ସୂର୍ଯ୍ୟଦୋୟ ପୂର୍ବରୁ ମୁଖ୍ୟ ଦ୍ୱାରକୁ ସଫା କରନ୍ତୁ :-

ପ୍ରତିଦିନ ସୂର୍ଯ୍ୟଦୋୟ ପୂର୍ବରୁ ମୁଖ୍ୟ ଦ୍ୱାରକୁ ସଫା କରି ପାଣିର ଛିଟକା କରନ୍ତୁ , ଯାହାଦ୍ୱାରା ଦିନସାରା ଆପଣଙ୍କ ଘରେ ସୁଖଶାନ୍ତିର ବାତାବରଣ ରହିବ । ଘରେ କେବେହେଲେ ଧନର ଅଭାବ ଦେଖାଯିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button