ନୀତି

ଏଥର ପିତୃପକ୍ଷ ଏହି ସବୁ ରାଶିର ଲୋକଙ୍କ ପାଣି ଆଣିଛି ନୂଆ ସୁଯୋଗ – Utkal Mail


ପିତୃପକ୍ଷକୁ ହିନ୍ଦୁ ଧର୍ମରେ ନିହାତି ଖ‌ାସ୍‌ ମନାଯାଏ। ଏହା ଶ୍ରାଦ୍ଧପକ୍ଷ ନାମ‌‌ରେ ବି ବେଶ୍ ଜଣାଶୁଣା । ଏହି ପକ୍ଷରେ ଲୋକ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ଏଥର ପିତୃପକ୍ଷର ଆରମ୍ଭ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୪ ତାରିଖ ମଧ୍ୟରେ ପଡୁଛି। ହିନ୍ଦୁ ପାଞ୍ଜି ଅନୁସାରେ, ପିତୃପକ୍ଷ ଭାଦ୍ରବ ମାସର ପୂର୍ଣ୍ଣିମା ତିଥିରେ ପଡ଼ିଥାଏ।

ହେଲେ ଚଳିତବର୍ଷ ପିତୃପକ୍ଷ ଖୁବ୍ ସ୍ବତନ୍ତ୍ର ବୋଲି ମନେ କରାଯାଉଛି । କାରଣ ଏଥର ଦୀର୍ଘ ୩୦ ବର୍ଷ ପରେ ପିତୃପକ୍ଷରେ ସ୍ବାର୍ଥ ସିଦ୍ଧି ଯୋଗ ଓ ଅମୃତ ଯୋଗ ଏକାସାଥୀରେ ପଡୁଛି। ସେଥିପାଇଁ କିଛି ରାଶିର ଲୋକଙ୍କୁ ଅଚାନକ ଧନପ୍ରାପ୍ତି ହେବ।

ଏହି ପକ୍ଷରେ ମେଷରାଶିର ଲୋକଙ୍କର ଚିନ୍ତା କମ୍‌ ‌ହେବ। ସେମାନେ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରିବେ। ଆୟ ବୃଦ୍ଧି କାରଣରୁ ଆର୍ଥିକ ସ୍ଥିିତିରେ ବି ସୁଧାର ଆସିବ।

ମିଥୁନ ରାଶିର ଲୋକ ଯଦି କାହାକୁ ଟଙ୍କା ଉଦ୍ଧାର ଦେଇଥାନ୍ତି ତ ଏହି ପକ୍ଷରେ ସେମାନଙ୍କୁ ଫେରସ୍ତ ମିଳିବ। ବେପାରକୁ ଆଗକୁ ବଢ଼ାଇବା ପାଇଁ ଏହି ଶୁଭ ସମୟର ସୁଯୋଗ ନିଶ୍ଚୟ ନେଇପାରନ୍ତି।

କର୍କଟ ରାଶିର ଲୋକଙ୍କ ପାଇଁ ଏହି ସମୟ ନିବେଶ କରିବାର ସବୁଠାରୁ ଭଲ ସମୟ। ଏମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିପା‌ରେ।

ସେହିପରି କନ୍ୟା ରାଶିର ଲୋକଙ୍କ ପାଇଁ ନୂଆ ପଦପଦବୀ ପାଇବାର ଏହା ସବୁଠାରୁ ଭଲ ସମୟ। ଘର, ଗାଡ଼ି କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ସମୟ ସବୁଠାରୁ ଭଲ।

କୁମ୍ଭ ରାଶିର ଲୋକଙ୍କୁ ଏହି ପକ୍ଷରେ ସବୁଆଡୁ ସୁବିଧା ମିଳିବ। ଧନପ୍ରାପ୍ତି ଓ ଚାକିରି ବଦଳାଇବାର ସୁଯୋଗ ମିଳିବା ସହ ଜୀବନ ପ୍ରେମମୟ ହେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button