ବିଚାର

WHO ଦେଲା ସତର୍କବାଣୀ : ଏହି ସିରପ୍‌ ପ୍ରତି ରୁହନ୍ତୁ ସାବଧାନ, ଦୋକାନୀ ବିକୁଥିଲେ କିଣନ୍ତୁ ନାହିଁ

ଭାରତରେ ନକଲି ଓଷଧର କାୟା ବଢ଼ିବାରେ ଲାଗିଛି । ଅନେକ ସମୟରେ ଏହା ମୃତ୍ୟୁର କାରଣ ବି ହେଉଛି । ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ କମ୍ପାନୀ, ବ୍ୟବସାୟୀ, ବିତରକଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟ କିଛିଦିନ ପରେ ଆଉ କେତେକ ନୂଆ କମ୍ପାନୀ ସେହି ଖେଳରେ ଯୋଡ଼ି ହୋଇ ଯାଉଛନ୍ତି । ଯେତେ ଖୋଳତାଡ଼ ହେଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇ ପାରୁନାହିଁ । ସାଧାରଣତଃ ଆମେ କାଶ କଫ ଭଲ କରିବା ପାଇଁ କଫ ସିରପ ଖାଇଥାଉ ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ମାର୍କେଟରେ ଉପଲବ୍ଧ ସିରପ୍ ହିଁ ବିଷାକ୍ତ ଅଟେ ଆଉ ତାହା ଶରୀର ପାଇଁ ମଧ୍ୟ କ୍ଷତିକାରକ । ତେବେ ଏକଥା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ଵାରା ପ୍ରମାଣିତ ହୋଇଛି ।

 

ତେବେ ବନ୍ଧୁଗଣ ମିଳିଥିବା ସୂଚନା ମୁତାବକ ପଞ୍ଜାବରେ ଥିବା ‘କ୍ୟୁପି ଫାର୍ମାକେମ୍’ ନାମକ ଏକ ଫାର୍ମା କମ୍ପାନୀ ଏହି ବିଷାକ୍ତ ‘ଗ୍ୱାଇଫେନେସିନ ଟିଜି’ ସିରପ୍ ପ୍ରସ୍ତୁତ କରୁଛି । ଯାହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟେଷ୍ଟିଂ ପାଇଁ ମାରସାଲ ଦ୍ୱୀପରୁ ଏହାର ସାମ୍ପୁଲ ସଂଗ୍ରହ କରି ଅଷ୍ଟ୍ରେଲିଆର ଟିଜିଏ ଲାବ୍‌ କୁ ପଠାଇଥିଲା ।

ତେବେ ତାହାର ଟେଷ୍ଟିଂ ରିପୋର୍ଟ ସମ୍ନାକୁ ଆସିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଆଶ୍ଚର୍ୟ୍ଯ ଚକିତ ହୋଇ ଯାଇଥିଲା । ଆଉ ଏହାର କାରଣ ହେଉଛି ସିରପ ରେ ମିଶ୍ରଣ କରାଯାଇଥିବା ବିଷାକ୍ତ ପଦାର୍ଥ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗ୍ୱାଇଫେନେସିନ ଟିଜି’ ସିରପ୍ ରେ ରହିଛି ଅଧିକ ପରିମାଣର ଡାଇଥାଲିନ୍‌ ଗ୍ଲାଇକୋଲ ଓ ଇଥାଲିନ୍‌ ଗ୍ଲାଇକୋଲ । ଯାହାକି ମଣିଷ ଶରୀର ପାଇଁ ଏକ ପ୍ରକାର ବିଷ ।

 

ମାରସାଲ ଦ୍ୱୀପ ଓ ମାଇକ୍ରୋନେସିଆରେ ଏହି ସିରପ୍ ଅଧିକ ପରିମାଣରେ ଉପଲବ୍ଧ ହେଇଥାଏ । ତେବେ ଏହି ସିରପ୍‌ର ମାର୍କେଟିଂ ଦାୟିତ୍ୱ ନେଇଥିବା ହରିୟାଣା ସ୍ଥିତ ତ୍ରିଲିୟମ ଫାର୍ମା କମ୍ପାନୀ ମଧ୍ୟ ଏହି ସିରପ୍ ମଣିଷ ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମ୍ମୁଖରେ କୌଣସି ପ୍ରକାର ଉପଯୁକ୍ତ ଯୁକ୍ତିଯୁକ୍ତ ତଥ୍ୟ ରଖିପାରି ନାହିଁ ।

ଛାତିରେ ଯନ୍ତ୍ରଣା ତଥା କାଶ ଓ କଫ ଭଲ କରିବା ପାଇଁ ଲୋକଙ୍କୁ ବିକ୍ରି କରାଯାଉଥିବା ଏହି ସିରପ୍ ରେ ଥିବା ଗ୍ଲାଇକୋଲ ଓ ଇଥାଲିନ୍‌ ଗ୍ଲାଇକୋଲ ନାମକ କେମିକାଲ ପଦାର୍ଥ ଯୋଗୁଁ ପେଟ ଯନ୍ତ୍ରଣା, ବାନ୍ତି, ଡାଇରିଆ, ପରିଶ୍ରା ବେଳେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା, ମାନସିକ ସ୍ଥିତି ଭଲ ରହିବ ନାହିଁ ଏମିତିକି କିଡ୍‌ନୀ ଖରାପ ହେବାର ସମ୍ଭାବନା ରହିଛି । ଯାହାକି ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button