ଓଡିଶା

ଆଜି ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଟଙ୍କା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିବେ। ସମ୍ବଲପୁରସ୍ଥିତ ତପସ୍ୱିନୀ ହଲ୍‌ଠାରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ।

ଡିବିଟି ମାଧ୍ୟମରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଏମ୍‌ କିଷାନ ପୋର୍ଟାଲର ଉନ୍ମୋଚନ କରିବେ। ଏହାସହ ପିଏମ୍‌ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ସହ କୃଷକ ଓଡ଼ିଶା ୟୁନିଫାଏଡ୍‌ ପୋର୍ଟାଲର ମଧ୍ୟ ଉନ୍ମୋଚନ କରାଯିବ।

ସୂଚନାଯୋଗ୍ୟ ଯେ ସିଏମ୍‌ କିଷାନ ପୋର୍ଟାଲ ଅଧିନରେ ସିଏମ୍‌ କିଷାନ ଓ ପିଏମ୍‌ କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ। ସେହିପରି ପିଏମ୍‌ କିଷାନ ଯୋଜନାରେ ସ୍ୱତନ୍ତ୍ର ପଦକ୍ଷେପ ଭାବେ ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପିଏମ୍‌ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଆଜିଠାରୁ ଆରମ୍ଭ ହେବ। ଅପରପକ୍ଷେ କୃଷକ ଓଡ଼ିଶା ୟୁନିଫାଏ୍‌ ପୋର୍ଟାଲ ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମ୍ବନ୍ଧୀୟ ଯୋଜନାରେ ଆବେଦନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button