ସାଲିଆ ସାହିରେ ଅବକାରୀ ବିଭାଗର ଚଢ଼ଉ: ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ, ୧୫ ଗିରଫ – Utkal Mail
ଭୁବନେଶ୍ବର: ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ ହୋଇଥିବାର ଖବର ମିଳିଛି।
ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ। ପୂଜା ପାଇଁ ପ୍ରସ୍ତୁତ ହେଉଥିଲା ମଦ ଉପରେ ଛାପା ମାରିଛି ଅବକାରୀ ଥାନା। ସାଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେସାଲ୍ ମଦ ରନ୍ଧା । ଚଢ଼ାଉ କଲା ଅବକାରୀ ବିଭାଗ। ଶହ ଶହ ଲିଟର ମଦ ନଷ୍ଟ କରିବା ସହ ବ୍ୟାପକ ଚଢ଼ଉ କରିଛି ଅବକାରୀ ବିଭାଗ। ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି। ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ଥାନା।
ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ ଆଇଆଇସି ବିକାଶ ନାୟକଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ କରାଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ପୂଜା ପାଇଁ ଏତେ ବ୍ୟାପକ ପରିମାଣର ମଦ ତିଆରି ଚାଲିଥିବା ସେମାନେ ସ୍ୱୀକାର କରିଛନ୍ତି। ଆଗକୁ କୁମାର ପୂର୍ଣ୍ଣିମା ଥିବା ବେଳେ ଦେଶୀ ମଦର ଡିମାଣ୍ଡକୁ ଦୃଷ୍ଟିରେ ରଖି ତିଆରି ଚାଲିଥିବା ଗିରଫ ପରେ ଅଭିଯୁକ୍ତମାନେ ସୂଚନା ଦେଇଛନ୍ତି। ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ଉ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।