କ୍ରାଇମ

ଅଧିକ ଲାଭ ଲୋଭରେ ଫସିଲେ, ସାଇବର ଠକ ନେଇଗଲା ୪୯ ଲକ୍ଷ – Utkal Mail


ସମ୍ବଲପୁର: ଅଧିକ ଲାଭ ଲୋଭରେ ପଡ଼ି ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ପ୍ରଗତିବିହାରର ଜେଫ୍ରିନ୍‌ ଟପ୍ପୋ ୪୯ ଲକ୍ଷ ଟଙ୍କା ଠକେଇ ଶିକାର ହୋଇଛନ୍ତି। ଗତ ଜୁନ୍‌ ୨୨ ତାରିଖ ସେ ଗୁଗୁଲରେ ଏକ ବିଦେଶୀ ଟ୍ରେଡିଂ ପ୍ଲାଟ୍‌ଫର୍ମ ଇନ-ଇଫେକ୍ସ ଡଟ୍‌କମ୍‌ ବିଷୟରେ ଜାଣିବାକୁ ପାଇଥିଲେ। ସେ ତାର ୱେବ୍‌ସାଇଟ୍‌ ଖୋଲିବା ପରେ, ପଞ୍ଜୀକରଣ ପାଇଁ ତଥ୍ୟ ମାଗିଲା। ସେ ତାଙ୍କ ନାଁ, ନମ୍ବର, ମେଲ୍‌ ଆଇଡି ଦେଇ ପଞ୍ଜୀକରଣ କରିଦେଲେ। ତାପରେ ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ନିବେଶ ସମ୍ପର୍କରେ ବୁଝାଇବା ସହ ଭଲ ଲାଭ ମିଳିବ ବୋଲି କହିଥିଲା। ତାପରେ ସେ ତାଙ୍କୁ ପ୍ରଥମେ ୬୯ ହଜାର ୫ ଶହ ଟଙ୍କା ନିବେଶ କରିବାକୁ କହିଥିଲା। କିନ୍ତୁ ଜେଫ୍ରିନ୍‌ ୨୫ ହଜାର ଟଙ୍କା ନିବେଶ କରିଥିଲେ। ଜୁନ ୨୬ ତାରିଖ ଦିନ ସେ ୫୨ ହଜାର ଶହେ ୬୩ ଟଙ୍କା, ଜୁନ ୨୭ ତାରିଖ ଦିନ ୨ ଲକ୍ଷ ୬୦ ହଜାର ୮ ଶହ ୧୨ ଟଙ୍କା, ଜୁନ ୩୦ ତାରିଖ ଦିନ ୧ ଲକ୍ଷ ୭୩ ହଜାର ୯ ଶହ ୨୩ ଟଙ୍କା, ଜୁଲାଇ ୬ ତାରିଖ ଦିନ ୧ ଲକ୍ଷ ୩୧ ହଜାର ୨ ଶହ ୬ ଟଙ୍କା ଓ ୩ ଲକ୍ଷ ୬ ହଜାର ଶହେ ୪୭ ଟଙ୍କା, ଜୁଲାଇ ୭ ତାରିଖ ଦିନ ୪ ଲକ୍ଷ ୩୮ ହଜାର ୫ ଶହ ୪୬ ଟଙ୍କା, ଜୁଲାଇ୮ ତାରିଖ ଦିନ ୪ ଲକ୍ଷ ୩୭ ହଜାର ୮ ଶହ ୬୨ ଟଙ୍କା, ଜୁଲାଇ ୧୧ ତାରିଖ ଦିନ ୧ ଲକ୍ଷ ୭୪ ହଜାର ୬ ଶହ ୫୨ ଟଙ୍କା, ଜୁଲାଇ ୧୪ ତାରିଖ ଦିନ ୪ ଲକ୍ଷ ୩୪ ହଜାର ୬ ଶହ ୫୯ ଟଙ୍କା ଓ ୧୩ ଲକ୍ଷ ୫ ହଜାର ୪ ଶହ ୩୨ ଟଙ୍କା, ଜୁଲାଇ୧୭ ତାରିଖ ଦିନ ୮ ଲକ୍ଷ ୭୦ ହଜାର ଟଙ୍କା, ଜୁଲାଇ ୨୧ ତାରିଖ ଦିନ ୨ ଲକ୍ଷ ୬୯ ହଜାର ୫ ଶହ ୩୪ ଟଙ୍କା ନିବେଶ କରିଥିଲେ।

ମୋଟ ଉପରେ ସେ ୪୮ ଲକ୍ଷ ୮୦ ହଜାର ୩ ଶହ ୬୮ ଟଙ୍କା ନିବେଶ କରିବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button