ଦେଶ ବିଦେଶ

ଟାରିଫକୁ ନେଇ ଟ୍ରମ୍ପଙ୍କ ଟାର୍ଗଟ୍: ଭାରତ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ୍ ସରକାର !

ୱାସିଂଟନଡିସି: ଟାରିଫକୁ ନେଇ ଖପ୍ପା ହେଲେ ଟ୍ରମ୍ପ । ଆମେରିକା ସଂସଦରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣ ବେଳେ ରାଗିଗଲେ । କହିଲେ ଟାରିଫକୁ ନେଇ କୌଣସି ବୁଝାମଣା ହେବନି । ଆମେ ଯେସାକୁ ତେସା ନୀତି ଆପଣାଇବୁ । ଭାରତ, ଚୀନ, କୋରିଆ ସବୁଠୁ ଅଧିକ ଶୁଳ୍କ ଲଗାଉଛନ୍ତି ।

ଟ୍ରମ୍ପ କହିଛନ୍ତି ଭାରତ ଆମ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଉଛି, ଆମେ ବି ଏପ୍ରିଲ ୨ରୁ ଟାରିଫ ଲଗାଇବୁ । ତେବେ ଆମେରିକା ପାଇଁ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିବା କହି ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ୪୩ ଦିନରେ ଯାହା ହୋଇଛି, ୪ ବର୍ଷରେ ତାହା ହୋଇ ନଥିଲା । ବାଇଡେନ୍ ସବୁଠାରୁ ଖରାପ ରାଷ୍ଟ୍ରପତି ଥିଲେ । ଆମେ ଅନୁପ୍ରବେଶ ଉପରେ ରୋକ୍ ଲଗାଇଛୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button