ରାଜନୀତି

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଗମାଙ୍ଗୋଙ୍କ କଥା ଉଠାଇଲେ ଶାହ – Utkal Mail


ନୂଆଦିଲ୍ଲୀ: ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କ ଗୋଟିଏ ଭୋଟ କେମିତି ୧୯୯୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ଗାଦିଚ୍ୟୁତ କରିଥିଲା ସେ ସଂପର୍କରେ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହା ସଂସଦରେ ଉଠାଇଛନ୍ତି। ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ଆଲୋଚନା କରିବା ସମୟରେ ଶ୍ରୀ ଶାହ ଆଜି ଏମିତି କହିଥିଲେ। ସେ କହିଥିଲେ, ୧୯୯୯ ମସିହାରେ ବାଜପେୟୀ ସରକାରଙ୍କ ବିରୋଧରେ ଆସ୍ଥା ପ୍ରସ୍ତାବ ଆସିଥିଲା। ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗିରିଧର ଗମାଙ୍ଗୋ ଶପଥ ଗ୍ରହଣ କରି ସାରିଥିଲେ ମଧ୍ୟ ଲୋକସଭାକୁ ଭୋଟ୍‌ ଦେବାକୁ ଆସିଥିଲେ। ଶ୍ରୀ ଗମା‌ଙ୍ଗୋ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ନଥିଲେ।

ତାଙ୍କର ଗୋଟିଏ ଭୋଟ ବାଜପେୟୀ ସରକାରଙ୍କ ପତନ ଘଟାଇଥିଲା। ତାଙ୍କ ଭୋଟକୁ ବୈଧ କି ନୁହେଁ ତାହାକୁ ନେଇ ଦେଶରେ ବିତର୍କ ହୋଇଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ସାଂସଦଭାବେ ଭୋଟ ଦେଇଥିଲେ। ବାଚସ୍ପତି ସଂସଦରେ ଗରିମା ରକ୍ଷା କରି ତାଙ୍କ ଭୋଟକୁ ବୈଧ ଘୋଷଣା କରିଥିଲେ। ହେଲେ ଏ ନେଇ ଆମେ କୌଣସି ଆପତ୍ତି ଉଠାଇନଥିଲୁ କି କୌଣସି ଚାପ ପ୍ରୟୋଗ କରିନଥିଲୁ ବୋଲି ଶ୍ରୀ ଶାହା ସମ୍ବୋଧନ‌ ବେଳେ କହିଥିଲେ।

ଅମିତ ଶାହ ଆହୁରି ମଧ୍ୟ କହିଥିଲେ, ଜନତା ସବୁ ଦେଖୁଛି ଜନତା ସବୁ ଜାଣୁଛି। ଗୋଟିଏ ଭୋଟରେ ଆମର ସରକାର ଭାଙ୍ଗିଗଲା ସତ ହେଲେ ସରକାରଙ୍କ ପତନ ପରେ ଦେଶରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା।ଏହି ନିର୍ବାଚନରେ ଏନ୍‌ଡିଏ ବିଜୟ ହାସଲ କରିବା ସହ ବାଜପେୟୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଲି ଅମିତ ଶାହ ତାଙ୍କ ବକ୍ତବ୍ୟରେ କହିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button