ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ: ମଲ୍ ରୁ ଉଠାଇନେଲେ, ଥାନାରେ ଛାଡିଲେ – Utkal Mail
ଭୁବନେଶ୍ୱର (କେନ୍ୟୁଜ): ମଲ୍ ରୁ ଉଠାଇଲେ, ଥାନାରେ ଛାଡିଲେ। ଅପହରଣ ପଛରେ ଟଙ୍କା କାରବାର ଥିବା କହିଛି ପୋଲିସ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ। ଟଙ୍କା ଆଦାୟ ପାଇଁ ପ୍ରିୟବ୍ରତଙ୍କୁ ଉଠାଇ ନେଇଯାଇଥିଲେ ଗାଡ଼କଣର ଜଣେ ଯୁବକ । ଅପହୃତ ହେଇଥିବା ପ୍ରିୟବ୍ରତ ୨୦ ଲକ୍ଷ ଟଙ୍କା ନେଇ ଫେରାଉ ନଥିବାରୁ ଟଙ୍କା ଦେଇଥିବା ଲୋକ ଉଠାଇ ନେଇଥିବା ସୂଚନା ।
ଚାକିିରି ଦେବାକୁ କହି ପ୍ରିୟବ୍ରତ ଗତ କିଛି ଦିନ ତଳେ ପଟିଆ ଗାଡକଣ ଅଞ୍ଚଳର କେଶବ ଦାସଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ ଚାକିରି ଦେଇ ନଥିଲେ କି ଟଙ୍କା ଫେରସ୍ତ କରିନଥିଲେ। କେଶବ ଟଙ୍କା ମାଗିବାରୁ ଆଉ ଧରା ଛୁଆ ଦେଉନଥିଲେ ପ୍ରିୟବ୍ରତ । ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ କେଶବ।
ଗତକାଲି ସନ୍ଧ୍ୟାରେ ପ୍ରିୟବ୍ରତ ଓ ତାଙ୍କ ସାଙ୍ଗ ଏସପ୍ଲାନେଡ଼ ମଲ ନିକଟରେ ଛିଡା ହୋଇଥିବା ସମୟରେ ତାଙ୍କୁ କାରରେ ଅପହରଣ କରିନେଇଥିଲେ କେଶବ। ଏହାପରେ ସହିଦନଗର ଥାନାକୁ ଧରି ଆସିଥିଲେ। ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଉଭୟଙ୍କ ପକ୍ଷରୁ ମଧ୍ୟ ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି।
The post ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ: ମଲ୍ ରୁ ଉଠାଇନେଲେ, ଥାନାରେ ଛାଡିଲେ appeared first on KNews Odisha.


