ନୀତି

ରୋଟରଡାମ୍‌ର କ୍ୟୁବ୍‌ ହାଉସ୍‌ – Utkal Mail


ନେଦରଲାଣ୍ଡସର ରୋଟରଡାମ୍‌ ଠାରେ ଥିବା ଏକ ନିବାସ ସମୂହର ନିର୍ମାଣଶୈଳୀ ଆଶ୍ଚର୍ଯ୍ୟ ଚକିତ କରିବା ଭଳି। ରାସ୍ତା ଉପରେ ଛନ୍ଦାଛନ୍ଦି ହୋଇ ଥିବା ଅଟ୍ଟାଳିକାଗୁଡ଼ିକର ଉପରିଭାଗ ୫୫ ଡିଗ୍ରି କୋଣରେ ଢଳି ରହିଛନ୍ତି। ଏଭଳି ଘର ତିଆରି କରିବା ପଛରେ ରହିଛି ଏକ ରୋଚକ ଆବଶ୍ୟକତା। ୧୯୭୦ ଦଶକରେ ରୋଟରଡାମ୍‌ର ସହର ଯୋଜନାକାରୀଙ୍କ ପାଇଁ ଏକ ସମସ୍ୟା ଉଭା ହୋଇଥିଲା। ତାହାର ମୁଖ୍ୟ ରାସ୍ତା ବ୍ଲାକ୍‌ ଷ୍ଟ୍ରିଟ୍‌ର ଉଭୟ ପାର୍ଶ୍ବରେ କିଛି ଆବାସ ଗୃହ ଥିଲା। ସେ ଘରଗୁଡ଼ିକୁ କୌଣସିମତେ ଯୋଡ଼ିବା ଅତ୍ୟାବଶ୍ୟକ ହୋଇପଡ଼ିଲା। ତେଣୁ ସହର କର୍ତ୍ତୃପକ୍ଷ ସ୍ଥପତି ପିଏଟ୍‌ ବ୍ଲମ୍‌ଙ୍କୁ ଯୋଗାଯୋଗ କଲେ। ସେ ରାସ୍ତା ଉପରେ ପୋଲ ସଦୃଶ ଘନାକାର ବାସଭବନ ତୋଳିବା ପାଇଁ ଯୋଜନା ପ୍ରସ୍ତୁତ କଲେ।

ସେ ଏହି ବାସଗୃହ ପ୍ରକଳ୍ପକୁ ଏକ ସହରୀ ଜଙ୍ଗଲ ଢାଞ୍ଚାରେ ନିର୍ମାଣ କରି ପ୍ରତ୍ୟେକ ଘରକୁ ଗୋଟିଏ ଗଛ ଭାବରେ ପରିକଳ୍ପନା କରିଥିଲେ। ଏହିପରି ୩୮ଟି କ୍ୟୁବ୍‌ ହାଉସ ଓ ଦୁଇଟି ସୁପର-କ୍ୟୁବ୍‌ ତୋଳାଗଲା। ତିର୍ଯ୍ୟକ୍‌ ଭାବରେ ନିର୍ମିତ ପ୍ରତିଟି କ୍ୟୁବ୍‌ ହାଉସ୍‌ ଷଡ଼ଭୁଜ ସ୍ତମ୍ଭ ଉପରେ ଛିଡ଼ା ହୋଇଛି। କୋଠାଗୁଡ଼ିକର ଦ୍ବିତୀୟ ମହଲାରେ ରହିଥିବା ଦରଜାଗୁଡ଼ିକୁ ପରସ୍ପର ସହ ସଂଯୋଗ କରାଯାଇଛି, ଯାହା ଫଳରେ ପଡ଼ୋଶୀମାନେ ସହଜରେ ଅନ୍ୟମାନଙ୍କ ଘରକୁ ଯାଆସ କରିପାରିବେ। ଅଧିକାଂଶ ଘରେ ସ୍ଥାନୀୟ ଲୋକମାନେ ରହୁଥିବା ବେଳେ ଗୋଟିଏ ବାସଗୃହକୁ ଏକ ସଂଗ୍ରହାଳୟରେ ରୂପାନ୍ତରିତ କରାଯାଇଛି। ଏଭଳି ତିର୍ଯ୍ୟକ୍‌ ଘରେ ରହିବାକୁ ଲୋକଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି କିଛି ‘କ୍ୟୁବ୍‌ ହାଉସ’କୁ ହଷ୍ଟେଲ୍‌ରେ ପରିଣତ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button