ଓଡିଶା

ରାଜଧାନୀରେ ୫୪ ନମ୍ବର ମୋ ବସ ଧକ୍କାରେ ନାବାଳିକାର ଶୋଚନୀୟ ମୃତ୍ୟୁ

ବାରଙ୍ଗ: ରଘୁନାଥପୁର ପାଖରେ ୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି | ମୃତ ନାବାଳିକା ୧୩ ବର୍ଷର ମୁନି ଜୁଆଡି| ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ କମିସନରେଟ ପୁଲିସ ଏସିପି ରମେଶ ଚନ୍ଦ୍ର ବିଶୋଇ, ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ର ପୁଲିସ ବଳ ସହ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଛି। ଗମନାଗମନ ସ୍ୱଭାବିକ ହୋଇଛି।

ରଘୁନାଥପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ ରହି କାମ କରୁଥିବା ବାପା ରାମ ଜୁଆଡିଙ୍କୁ ଝିଅ ମୁନି ଜୁଆଡି। ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍ ସାଇକେଲରେ ଯାଉଥିବା ମୁନି ଜୁଆଡିକୁ ପଛ ପଟରୁ ଧକ୍କା ନେଇଥିଲା| ତାର ମୁଣ୍ଡରେ ବସ ଚଢିଯିବା ପରେ ଚାଳକ ସାଇକେଲ ସହିତ ଘୋଷାରି ୧୦୦ ମିଟର ଆଗକୁ ନନ୍ଦନକାନନ ଥାନା ପାଖ ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେଠାରେ ବସ ରଖିବା ପରେ ନିଜେ ଚାଳକ ବସ ଭିତରେ ଫସି ରହିଥିବା ସାଇକେଲକୁ କାଢି ରାସ୍ତାରେ ଫିଙ୍ଗି ଦେବା ପରେ ନନ୍ଦନକାନନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାଯାଇଛି।
ସ୍ଥାନୀୟ ରଘୁନାଥପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ ରହି କାମ କରୁଥିବା ବାପା ରାମ ଜୁଆଡିଙ୍କୁ ଝିଅ ମୁନି ଜୁଆଡି। ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍ ସାଇକେଲରେ ଯାଉଥିବା ମୁନି ଜୁଆଡିକୁ ପଛ ପଟରୁ ଧକ୍କା ନେଇଥିଲା| ତାର ମୁଣ୍ଡରେ ବସ ଚଢିଯିବା ପରେ ଚାଳକ ସାଇକେଲ ସହିତ ଘୋଷାରି ୧୦୦ ମିଟର ଆଗକୁ ନନ୍ଦନକାନନ ଥାନା ପାଖ ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେଠାରେ ବସ ରଖିବା ପରେ ନିଜେ ଚାଳକ ବସ ଭିତରେ ଫସି ରହିଥିବା ସାଇକେଲକୁ କାଢି ରାସ୍ତାରେ ଫିଙ୍ଗି ଦେବା ପରେ ନନ୍ଦନକାନନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାଯାଇଛି।

ସ୍ଥାନୀୟ ଲୋକ କହିଛନ୍ତି, ନିଶାସକ୍ତ ଅବସ୍ଥାରେ ଚାଳକମାନେ ବେପରୁଆ ଗାଡ଼ି ଚଳାଉଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି। ଡ୍ରାଇଭରଙ୍କ ସ୍ଥାନରେ ହେଲପର ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ଗାଡ଼ିଗୁଡ଼ିକ ଅନିୟନ୍ତ୍ରିତ ହୋଇ ଚାଲୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button