ଦେଶ ବିଦେଶ

ବଜ୍ରପାତ ଯୋଗୁଁ ଭାଙ୍ଗିଗଲା ମାୟାବତୀଙ୍କ ୬୦ ଲକ୍ଷ ଟଙ୍କିଆ ହାତୀ – Utkal Mail


ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ସହରର ସମସ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ସାଙ୍ଗକୁ ପ୍ରବଳ ଝଡ଼ ଓ ବଜ୍ରପାତ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରୁଛି। ସହରର ଅନେକ ସ୍ଥାନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ବଜ୍ରପାତ ଯୋଗୁଁ ସହରର କେନ୍ଦ୍ରସ୍ଥଳରେ ଥିବା ଆମ୍ବେଦକର ପାର୍କରେ ଥିବା ହାତୀମୂର୍ତ୍ତୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।

ରବିବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ଲକ୍ଷ୍ନୌରେ ପ୍ରବଳ ମେଘ ଓ ବଜ୍ରପାତ ହୋଇଥିଲା। ଭୋର ପ୍ରାୟ ସାଢ଼େ ୩ଟା ବେଳେ ଗୋମତୀ ନଗରସ୍ଥିତ ଆମ୍ବେଦକର ପାର୍କରେ ଥିବା ହାତୀ ପ୍ରତିମୂର୍ତ୍ତିଗୁଡ଼ିକରେ ବଜ୍ରପାତ ହୋଇଥିଲା। ଏହା ଯୋଗୁଁ ହାତୀଗୁଡ଼ିକର ବହୁ କ୍ଷୟକ୍ଷତି ହୋଇଛି। କେତେକ ହାତୀରେ ଫାଟ ଦେଖାଯାଉଛି ଓ କେତେକ ଭାଙ୍ଗିପଡ଼ିଛି ।

ମାୟାବତୀ ୨୦୦୨ମସିହାରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ ଆମ୍ବେଦକର ପାର୍କ ନିର୍ମାଣ କରିଥିଲେ। ୨୦୦୭ରେ ସଂଖ୍ୟାଗରିଷ୍ଠ ସରକାର ଗଠନ ହେବା ପରେ ମାୟାବତୀ ଏହି ପାର୍କକୁ ସମ୍ପ୍ରସାରଣ କରିବା ସହ ଏଠାରେ ଏକ ହାତୀ ଗ୍ୟାଲେରୀ ମଧ୍ୟ ନିର୍ମାଣ କରିଥିଲେ। ଗ୍ୟାଲେରୀରେ ମୋଟ ୧୨୪ଟି ହାତୀ ରହିଥିଲା । ପ୍ରତ୍ୟେକ ହାତୀ ପାଇଁ ୬୦ ଲକ୍ଷ୍ୟ ଟଙ୍କା ବ୍ୟୟ ହୋଇଥିଲା । ଏହାକୁ ନେଇ ସେତେବେଳେ ତାଙ୍କୁ ସାରା ଦେଶରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button