ଦେଶ ବିଦେଶ

୬ ବର୍ଷ ପରେ ଜମ୍ମୁକାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ

ମାଜ ଡିଜିଟାଲ ଡେସ୍କ: ଦୀର୍ଘ ୬ବର୍ଷ ୪ମାସ ପରେ ଜମ୍ମୁ-କାଶ୍ମୀରରୁ ହଟିଛି ରାଷ୍ଟ୍ରପତି ଶାସନ। ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ଓମାର ଅବଦୁଲ୍ଲାଙ୍କ ଲାଗି ବାଟ ଫିଟିଛି। ଆସନ୍ତା ୧୬ ତାରିଖରେ ଏଠାରେ ଏନସି ମେଣ୍ଟ ସରକାର ଶପଥ ଗ୍ରହଣ କରିବା ନେଇ ସୂଚନା ମିଳିଛି।

ଏନସିର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୧୮ ଜୁନ୍‌ ୧୯ରେ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଚଳିତ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ୪୯ଟି ସିଟ୍‌ ପାଇ ବିଜୟୀ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button